ଢେଙ୍କାନାଳ,: ଆଜି ଢେଙ୍କାନାଳ ଗଜଲଷ୍ମୀ ପୂଜାର ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଗତ ମାସ ୨୮ତାରିଖରୁ ଆରମ୍ଭ ହୋଇଥିବା ଢେଙ୍କାନାଳର ଗଣପର୍ବ ଗଜଲକ୍ଷ୍ମୀ ପୂଜା ୧୧ଦିନ ଧରି ଚାଲିଥିଲା ଅ ।ଜି ସକାଳୁ ଆରମ୍ଭ ହୋଇଛି ଭଷାଣୀ । ଢେଙ୍କାନାଳର ମଉଡମଣୀ ପୂଜାଅନୁଷ୍ଟାନ ମୀନା ବଜାର ପୂଜା ମଣ୍ଡପରେ ଆନୁଷ୍ଠାନିକ ଭାବେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ମିଳିତ ପୂଜାକମିଟିର ସଭାପତ ଉପସ୍ଥିତ ରହି ଭଷାଣୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଚଳିତବର୍ଷ ଢେଙ୍କାନାଳରେ ୩୮ଟି ପୂଜା ମଣ୍ଡପରେ ପୂଜା ପାଉଥିଲେ ମା ଧନଦାତ୍ରୀଙ୍କ ଶୃଙ୍ଖଳିତ ଭସାଣୀ କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ପକ୍ଷରୁ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଚଳିତଥର ଭସାଣ କାର୍ଯ୍ୟକ୍ରମରେ ୨୧ଟି ମେଢ ସାମିଲ ହୋଇଛନ୍ତି । ପ୍ରତ୍ୟେକ ବଜାରର ପୂଜାକମିଟି ତରଫରୁ ଶାନ୍ତି ଶୃଙ୍ଖଳାରେ ଭଷାଣୀ ଉତ୍ସବ ଚାଲିଥିବା ବେଳେ ରାତ୍ର ୧୧ଟା ସୁଧା ସମସ୍ତ ମେଢ ବିଶର୍ଜନ ହେବ । ଏଥର ଡିଜେକୁ ସଂପୂର୍ଣ ଭାବରେ ବନ୍ଦ କରାଯାଇଛି ସେଥିପାଇଁ ପାରମ୍ପରିକ ନାଚ, ବାଦ୍ୟ ଓ ବ୍ୟାଣ୍ଡ ଦେଖିବାକୁ ମିଳିଥିଲା । ଏହି ଭଷାଣୀ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକ ମାନଙ୍କର ଭିଡ ଦେଖିବାକୁ ମିଳିଛି ।