ଧର୍ମଗଡ, : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଅନ୍ତର୍ଗତ ବଣ ପାହାଡ଼ ଘେରା ଦୁର୍ଗମ କୁଟ୍ରୁ ଗ୍ରାମ ର ଜଣେ ଆଦିବାସୀ ନାବାଳିକା କୁ ଦୁଷ୍କର୍ମ ହୋଇଥିବା ନେଇ ଆମପାଣି ଥାନା ରେ ପିଡିତା ପକ୍ଷରୁ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଯୁବକ ନକୁଳ ବେହେରା କୁ ଗିରଫ କରି ଏହି ଘଟଣା ରେ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ସମ୍ବେଦନଶୀଳ ଘଟଣା କୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଧର୍ମଗଡ ବିଧାୟକ ଙ୍କ ନିର୍ଦ୍ଦେଶ ରେ ଏକ ପ୍ରତିନିଧି ଦଳ ମଙ୍ଗଳବାର ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର ଙ୍କ ପ୍ରତିନିଧିତ୍ଵ ରେ କୁଟ୍ରୁ ଗ୍ରାମ ରେ ପହଞ୍ଚି ନାବାଳିକା ପୀଡ଼ିତା ପରିବାର ଙ୍କୁ ସାକ୍ଷାତ କରିବା ସହ ଏହି ଘଟଣା ରାଜ୍ୟ ସରକାର ପିଡିତା ପରିବାର ପ୍ରତି ସହାନୁଭୂତି ପ୍ରକାଶ କରିଛନ୍ତି ଓ ଦୋଷୀ ପ୍ରତି ତୁରନ୍ତ ପଦକ୍ଷେପ ନିଆଯାଇଛି ଅଭିଯୁକ୍ତ କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧି ଦଳ ରେ ବିଧାୟକ ଙ୍କ ପ୍ରତିନିଧି ତ୍ରିନାଥ ଶବର, ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା , ଆମପାଣି ମଣ୍ତଳ ସମ୍ପାଦକ ତୁଲାରାମ ନାଏକ, ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା ,ବରିଷ୍ଠ ବିଜେପି ଚକ୍ରଧର ବେଶ୍ରା ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ପରିବାର କୁ ସମବେଦନା ଓ ସାହସ ଦେଇଥିଲେ।