ନିଜ ଠାରୁ ଅଧିକ ବୟସର ସ୍ୱାମୀକୁ ନେଇ ଅସନ୍ତୁଷ୍ଟ ସ୍ତ୍ରୀ

A woman unhappy with her husband who is older than her.

0 75

ବେଲଗୁଣ୍ଠା : କଥାରେ ଅଛି ସ୍ୱାମୀ ଇହ କାଳ ପର କାଳର ଦେବତା ! ସାବିତ୍ରୀ ନିଜ ସ୍ୱାମୀ ସତ୍ୟବାନଙ୍କୁ ସ୍ୱୟଂ ଯମରାଜାଙ୍କ ସହିତ ଲଢି ମୃତ୍ୟୁ ମୁଖରୁ ଫେରାଇ ଆଣିଥିଲେ । କିନ୍ତୁ ଆଜି କାଲି କା ସମୟରେ କେବେ ପରକୀୟା ପ୍ରୀତି ହେଉ କି ପାରିବାରିକ ଅଶାନ୍ତିରୁ ସେହି ସ୍ତ୍ରୀ ନିଜ ସ୍ୱାମୀର ଜୀବନ ନେବା ପାଇଁ ମଧ୍ୟ ପଛାଉ ନାହାଁନ୍ତି ।ଏ ପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବେଲଗୁଣ୍ଠା ଥାନା ଅନ୍ତର୍ଗତ ସୁତୁମୁସର ଗ୍ରାମରେ ।  ସ୍ତ୍ରୀ ନିଜ ସ୍ୱାମୀକୁ ହତ୍ୟା ଉଦ୍ୟମ କରି ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପୋଲିସ ସୁତ୍ରରୁ ମିଳିଥିବା ସୂଚନା  ଅନୁସାରେ,ବେଲଗୁଣ୍ଠା ଥାନା ଅନ୍ତର୍ଗତ ସୁତୁମସର ଗ୍ରାମର ଗଣେଶ ଦଳେଇଙ୍କ ପୁଅ ଅମୁଲ୍ୟ ଦଳେଇ(୨୯) ଏକ ମାସ ତଳେ ସୋରଡା ଥାନା ଅନ୍ତର୍ଗତ ଲାଠିପଡା ଗୁଡ଼ିପଲ୍ଲୀର ଆକୁଳ ପ୍ରଧାନଙ୍କ ଝିଅ ବର୍ଷା ପ୍ରଧାନ (୧୯) ଙ୍କ ସହିତ ବିବାହ ହୋଇଥିଲା ।ଗଣେଶ ଦଳେଇଙ୍କ ଅଭିଯୋଗ ପ୍ରକାରେ, ବର୍ଷା ବିବାହ କରି ଶ୍ୱଶୁର ଘର ଆସିବା ଦିନଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ ଫୋନ୍ ରେ ବ୍ୟସ୍ତ ରହୁଥିଲେ ।ଗତ ୨୧ ତାରିଖ ଦିନ ସମସ୍ତେ ରାତ୍ର ଭୋଜନ ସାରି ଶୋଇବା ପରେ, ବର୍ଷା ତା ସ୍ୱାମୀ ଅମୁଲ୍ୟକୁ ବାଡ଼ି ପଟକୁ ସୌଚ ହେବା ବାହାନା ରେ ଡାକିଥିଲା । ସ୍ୱାମୀ ବାଡ଼ି ପଟକୁ ଗଲା ପରେ ବର୍ଷା ଅମୁଲ୍ୟ କୁ ଗୋଟିଏ କୂଅ ଭିତରକୁ ଠେଲି ଦେଇଥିଲା ‌। ଅମୁଲ୍ୟ କୁଅ ଭିତରେ ପଡିଯାଇ ଚିତ୍କାର କରିବାରୁ ବର୍ଷା ନିକଟରେ ପଡିଥିବା ଇଟା ରେ ଅମୁଲ୍ୟର ମୁଣ୍ଡକୁ ଲକ୍ଷକରି ମାରି ଆକ୍ରମଣ କରିଥିଲା ଏବଂ ଲମ୍ବା ବାଉଁଶ ଆଣି ତାକୁ ଠେଲି କୁଅରେ ବୁଡାଇ ମାରି ଦେବା ପାଇଁ ଚେଷ୍ଟା କରିଥିଲା ।ପୁଅର ଚିତ୍କାର ଶୁଣି ବାପା ଗଣେଶ ଘରୁ ଦୌଡ଼ି ଆସିଥିଲେ ଏବଂ ଏହା ଦେଖି ବର୍ଷା ନିଜ ରୁମ୍ କୁ ଚାଲିଯାଇଥିଲା । ଗଣେଶ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅମୁଲ୍ୟ କୁ ଉଦ୍ଧାର କରି ପ୍ରଥମେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପରେ ଭଞ୍ଜନଗର ଡାକ୍ତରଖାନା ଏବଂ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଅମୁଲ୍ୟ ଙ୍କ ମୁଣ୍ଡରେ ୨୦ ଟି ସିଲେଇ ହୋଇଥିବା କଥା ନେଇ ସେ ବେଲଗୁଣ୍ଠା ଥାନାରେ ବର୍ଷା ବିରୋଧରେ ଅଭିଯୋଗ କରିଥିଲେ ।ଏତାଲା କୁ ଭିତ୍ତି କରି ବେଲଗୁଣ୍ଠା ପୋଲିସ ୩୭୬/୨୫ ଏକ ମାମଲା ରୁଜୁ କରି ଏସ୍.ଆଇ ଅଭୟ କୁମାର ପ୍ରଧାନ ଘଟଣାର‌ ତଦନ୍ତ କରିଥିଲେ । ତଦନ୍ତ ସମୟରେ,ସେ ଘଟଣା ସ୍ଥଳରେ ଇଟା ଖଣ୍ଡ, ବାଉଁଶ ଓ ଭଙ୍ଗା ଚୁଡି ଜବତ କରିଥିବା ବେଳେ ଗୁରୁତର ଆହତ ଅମୁଲ୍ୟର ବୟାନ ରେକର୍ଡ କରିଛନ୍ତି ।ଏଥି ସହିତ ୨୩ ତାରିଖ ଦିନ ବୁଗୁଡ଼ାର ଏକ ଜରାଶ୍ରମରୁ ବର୍ଷାକୁ ଗିରଫ କରିଥିବା ଥାନାଧିକାରୀ ରେବତୀ ଶବର ପ୍ରକାଶ କରିଛନ୍ତି । ବର୍ଷା ଜଣେ ଗରିବ ପରିବାରର ଝିଅ ହୋଇଥିବା ବେଳେ ଏହି ବିବାହକୁ ନେଇ ସେ ଖୁସି ନଥିବା ଜଣାପଡ଼ିଛି ।ନିଜ ଠାରୁ ୧୦ ବର୍ଷ ଅଧିକ ବୟସର ସ୍ୱାମୀକୁ ନେଇ ସେ ଖୁସି ନଥିବା ବେଳେ ବାହା ଘର ପରେ ଅମୁଲ୍ୟ କିଛି ରୋଗ ପାଇଁ ଔଷଧ ଖାଉଥିବା ଜାଣି ପାରି ବର୍ଷା  ଏପରି କାଣ୍ଡ ଭିଆଇଥିବା  ସୂଚନା ମିଳିଛି ।

Leave A Reply

Your email address will not be published.