ନିଯୁକ୍ତି ପାଇବେ ୧୦ ହଜାରରୁ ଉର୍ଦ୍ଧ

More than 10 thousand will be recruited

0 168

ଭୁବନେଶ୍ୱର, : ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ଶିଳ୍ପ ଅନୁକୂଳ ନୀତି ସହ ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା ଏବଂ ଆକର୍ଷଣୀୟ ରିଆତି ଏ କ୍ଷେତ୍ରରେ ବେଶ୍‌ ସହାୟକ ହୋଇପାରୁଛି। ରାଜ୍ୟକୁ ଦେଶ, ବିଦେଶର ବହୁ ପ୍ରତିଷ୍ଠିତ କମ୍ପାନୀଙ୍କ ଆଗମନ ହେଉଥିବା ବେଳେ ଦେଶର ନାମୀଦାମୀ ପୋଷାକ ରପ୍ତାନୀକାରୀ ସମୂହ ନିଜର କାରଖାନା ଓଡ଼ିଶାରେ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଏନେଇ ରପ୍ତାନୀକାରୀ ସମୂହର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏଥିରେ “୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ମଧ୍ୟ ଉପସ୍ଥିତ ଥିଲେ। ଏହି କମ୍ପାନୀ ଖୋର୍ଦ୍ଧା ନିକଟବର୍ତ୍ତୀ ଅଞ୍ଚଳରେ ୧୦୦ ଏକର ପରିମିତ ଅଞ୍ଚଳରେ ନିଜର ପୋଷାକ ଉତ୍ପାଦନ କାରଖାନା ସ୍ଥାପନ କରିବ। ଏହାଦ୍ୱାରା ରାଜ୍ୟକୁ ବୟନ ଏବଂ ପୋଷାକ କ୍ଷେତ୍ରରେ ବ୍ୟାପକ ଭାବେ ପୁଞ୍ଜି ଆସିବ ଏବଂ ପ୍ରାୟ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କୁ ନୋଏଡ଼ାର ୭ଟି ରପ୍ତାନୀକାରୀ ସମୂହର ପ୍ରତିନିଧି ସାକ୍ଷାତ କରିଥିବା ବେଳେ ସେମାନଙ୍କର ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଗୁଡ଼ିଏ ଫ୍ୟାକ୍ଟ୍ରି ରହିଛି। ଶିଳ୍ପ ବିଭାଗ ସହ ହୋଇଥିବା ଆଲୋଚନା ଅନୁଯାୟୀ, ପ୍ରତ୍ୟେକ କମ୍ପାନୀଙ୍କୁ ରାଜ୍ୟ ସରକାର ପ୍ରାୟ ୧୦ ଏକର ଲେଖାଏଁ ଜମି ଯୋଗାଇ ଦେବାକୁ ଥିବା ବେଳେ ସେଠାରେ ସେମାନେ ନିଜର କାରଖାନା ସ୍ଥାପନ କରିବେ। ଇଡ୍‌କୋ ଏଥିପାଇଁ ଉକ୍ତ କମ୍ପାନୀମାନଙ୍କୁ ୪ ଥାକିଆ ରାସ୍ତା, ପାଣି, ବିଜୁଳି ସହ ଅନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବ। ସେହିପରି ଏହି କମ୍ପାନଗୁଡ଼ିକ ସହ ସିଧାସଳଖ ସମ୍ପର୍କ ପାଇଁ ଇପିକଲ୍‌ ଜଣେ ସ୍ୱତନ୍ତ୍ର ନୋଡାଲ ଅଧିକାରୀ ନିଯୁକ୍ତ କରିବ ବୋଲି ଜଣାପଡ଼ିଛି। ଆଜି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିବା ୭କମ୍ପାନୀ ପ୍ରତିନିଧିଙ୍କ ମଧ୍ୟରେ ମିନୁ କ୍ରିଏସନ,  ପୂଜା ଇଣ୍ଟରନ୍ୟାସନାଲ୍‌
ବିଏଲ୍‌ ଇଣ୍ଟରନ୍ୟାସନାଲ. ସୋନୁ ଏକ୍ସିମ, ଲକ୍ଷିତା, ଫାଇନ୍‌ ଲାଇନ୍ସ, ରେନ୍ୱୋ ଫାବାର୍ଟର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.