ନିଳାଦ୍ରୀ ବିଜେ ଶେଷ: ରସଗୋଲାରେ ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ କାଳିଆ ସାଆନ୍ତ

0 70

ପୁରୁଷୋତ୍ତମପୁର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ଅନୁଷ୍ଟିତ ହୋଇଯାଇଛି। ଶହଶହ ଭକ୍ତଙ୍କ ହରିବୋଲ ହୁଳାହୁଳି ଶବ୍ଦ ସାଙ୍ଗକୁ ବାଣ ବାଜଣାରେ ମନ୍ଦିର ପରିସର ପ୍ରକମ୍ପିତ ହୋଇପଡିଥିଲା। କାଳିଆ ଠାକୁରଙ୍କୁ ରଥରୁ ଓହ୍ଲାଇ ପହଣ୍ଡି କରି ମନ୍ଦିରକୁ ଅଣାଯାଇଥିବା ବେଳେ ଅଭିମାନ କରି ମହାଲକ୍ଷ୍ମୀ କବାଟ ପକାଇଦେଇଥିଲେ। ମାତ୍ର ଜଗନ୍ନାଥ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ। ଏହି ସମୟରେ ପରମ୍ପରା ଅନୁସାରେ ହୋଇଥିବା ବଚନିକା ପାଠ ଓ ଲକ୍ଷ୍ମୀ ଓ ଜଗନ୍ନାଥଙ୍କ ଭେଟ ଦେଖିବା ସହ ଆର୍ଶୀବାଦ ଭିକ୍ଷାଲାଗି ବହୁ ଭକ୍ତଙ୍କ ଭିଡ ଜମିଥିଲା। ଏହାକୁ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ରଥସାହିର ଯୁବଗୋଷ୍ଠୀ ପରିଚାଳନା କରିଥିଲେ।

Leave A Reply

Your email address will not be published.