ନୂଆଦିଲ୍ଲୀରେ ଗୃହମନ୍ତ୍ରୀ, ଜଳ ଶକ୍ତିମନ୍ତ୍ରୀ ଓ ଏଚ୍‌ଡି ସ୍ୱାମୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

CM meets Home Minister, Water and Power Minister and HD Swamy in New Delhi

0 40

ନୂଆଦିଲ୍ଲୀ/ ଭୁବନେଶ୍ୱର, : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି । ଏକ୍ସରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ବୁଧବାର ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲି । ଏହି ଅବସରରେ ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଓ କେନ୍ଦ୍ର-ରାଜ୍ୟ ସମନ୍ୱୟ ସମ୍ପର୍କିତ ବିଷୟଗୁଡ଼ିକ ଉପରେ ଆଲୋଚନା ହୋଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସିଆର ପାଟିଲଙ୍କୁ ସାକ୍ଷାତ କରିଛନ୍ତି । ଏନେଇ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ବୁଧବାର ନୂଆଦିଲ୍ଲୀଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସିଆର ପାଟିଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲି । ଏହି ଅବସରରେ ମହାନଦୀ ଜଳ ସମସ୍ୟା ଏବଂ ଏହାର ନିରପେକ୍ଷ ଓ ନ୍ୟାୟସଙ୍ଗତ ସମାଧାନ ବିଷୟରେ ଆଲୋଚନା କରିଥିଲି । ଏହାସହ ତାଙ୍କୁ ‘ଭିଜନ ଓଡ଼ିଶା ୨୦୩୬ ଓ ୨୦୪୭\’ ପ୍ରଦାନ କରିଥିଲି । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଭାରୀ ଶିଳ୍ପ ଓ ସାର୍ବଜନୀନ ଉଦ୍ୟୋଗ ଏବଂ ଇସ୍ପାତ ମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ଭେଟିଛନ୍ତି । ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଭାରୀ ଶିଳ୍ପ ଓ ସାର୍ବଜନୀନ ଉଦ୍ୟୋଗ ଏବଂ ଇସ୍ପାତ ମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ସହ ସାକ୍ଷାତ କଲି । ଏହି ଅବସରରେ ଓଡ଼ିଶାରେ ଇସ୍ପାତ କ୍ଷେତ୍ରର ବିକାଶ, ରାଉରକେଲା ଇସ୍ପାତ କାରଖାନାର ସମ୍ପ୍ରସାରଣ ଏବଂ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଓ ନିଯୁକ୍ତି ସୃଷ୍ଟି ଆଦି ବିଷୟରେ ଆଲୋଚନା କରିଥିଲି । ଏହା ସହ ତାଙ୍କୁ ‘ଭିଜନ ଓଡ଼ିଶା ୨୦୩୬ ଓ ୨୦୪୭\’ ପ୍ରଦାନ କରିଥିଲି ।

Leave A Reply

Your email address will not be published.