ପରିବେଶର ଯତ୍ନ ନେବା ଏବଂ ସୁରକ୍ଷା ଦେବା ସମସ୍ତଙ୍କର ଦାୟିତ୍ୱ ହେଉ: ରାଜ୍ୟପାଳ

0 82

ଭୁବନେଶ୍ୱର, : ପରିବେଶର ଯତ୍ନ ନେବା ଏବଂ ସୁରକ୍ଷା ଦେବା ସମସ୍ତଙ୍କର ଦାୟିତ୍ୱ ହେଉ ବୋଲି ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି କହିଛନ୍ତି । ଚଳିତ ଜୁନ ୫ ତାରିଖ ଦିନ ବିଶ୍ୱ ପରିବେଶ ଦିବସରେ ରାଜଭବନ ପରିସରରେ ଚାରା ରୋପଣ କରିବା ଅବସରରେ ଏକ ବର୍ଗ୍ଧାରେ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ଏହି ବାର୍ଗ୍ଧାରେ ରାଜ୍ୟପାଳ କହିଛନ୍ତି ଯେ, ବିଶ୍ୱ ପରିବେଶ ଦିବସ ବିଶ୍ୱରେ ଜୀବଜନ୍ତୁଙ୍କର ଜୀବନ ଧାରଣ ପାଇଁ ପରିବେଶର ଯତ୍ନ ଓ ସୁରକ୍ଷା ପ୍ରସଙ୍ଗ ସ୍ମରଣ କରାଇଦିଏ । ଏହି ଦିବସ ପାଳନ କେବଳ ସଚେତନତାର ପ୍ରଚାର ପ୍ରସାର କରିବାରେ ସୀମିତ ନୁହେଁ, ବରଂ ପ୍ରତ୍ୟେକ ବ୍ୟକ୍ତି, ଗୋଷ୍ଠୀ ଏବଂ ଅନୁଷ୍ଠାନ ଏକ ସୁସ୍ଥ ଏବଂ ସବୁଜ ପୃଥିବୀ ଗଠନ ପାଇଁ କାମ କରିବାକୁ ଆହ୍ୱାନ ଜଣାଇଥାଏ । ଆମର ଜୀବନ ପ୍ରକୃତି ସହିତ ଗଭୀର ଭାବେ ଜଡିତ । ଆମ ପାଇଁ ଏବଂ ଆଗାମୀ ପିଢି ପାଇଁ ପରିବେଶ
ସନ୍ତୁଳନ ରକ୍ଷା କରିବା ଆମ ସମସ୍ତଙ୍କର ପରମ କର୍ଗ୍ଧବ୍ୟ ହେବା ଉଚିତ ବୋଲି ରାଜ୍ୟପାଳ କହିଛନ୍ତି । ରାଜ୍ୟପାଳ ପୁଣି କହିଛନ୍ତି ଯେ, ଆମେ ଗଛ ଲଗାଇବା, ଜଳ ସଂରକ୍ଷଣ କରିବା, ପ୍ରଦୂଷଣ ହ୍ରାସ କରିବା ଏବଂ ଦୈନନ୍ଦିନ ଜୀବନରେ ଅଧିକ ପରିବେଶ ଅନୁକୂଳ ଅଭ୍ୟାସକୁ ଗ୍ରହଣ କରି ଆମର ପ୍ରତିବଦ୍ଧତା ଦେଖାଇ ପାରିବା । ବିଶେଷକରି ବୃକ୍ଷରାଜି ଜଳବାୟୁ ପରିବର୍ତ୍ତନ ବିରୁଦ୍ଧରେ ଲଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ବୃକ୍ଷରାଜି ଜଳବାୟୁକୁ ଶୁଦ୍ଧ କରନ୍ତି, ନିୟବଣ କରନ୍ତି ଏବଂ ବିବିଧ ଇକୋ ସିଷ୍ଟମ୍‌କୁ ବଜାୟ ରଖିବାରେ ବୃକ୍ଷରାଜିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଚଳିତ ବର୍ଷର ଶୀର୍ଷକ “ପ୍ଲାଷ୍ଟିକ ପ୍ରଦୂଷଣ ସମାପ୍ତ କରିବା” ରହିଥିବାରୁ ଏହାକୁ ଆଧାର କରି ଏକ ସ୍ୱଚ୍ଛ ଓ ସବୁଜ ପୃଥିବୀ ଗଠନ ପାଇଁ ଅର୍ଥପୂର୍ଣ୍ଣ ପଦକ୍ଷେପ ନେବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି । ରାଜଭବନରେ ଅନୁଷ୍ଠିତ ଚାରା ରୋପଣ କାର୍ଯ୍ୟକ୍ରମରେ ଓଡିଶାର ପ୍ରଥମ ମହିଳା ଜୟଶ୍ରୀ କମ୍ଭମ୍‌ପାଟି ମଧ୍ୟ ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜଭବନର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.