ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଲେ ୟୁକ୍ରେନ ରାଷ୍ଟ୍ରପତି

Ukrainian President speaks to PM Modi

0 43

ନୂଆଦିଲ୍ଲୀ, : ରୁଷ ସହ ଯୁଦ୍ଧ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି ସୋମବାର ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି କଥା ହୋଇଛନ୍ତି । ୟୁକ୍ରେନର ବିଭିନ୍ନ ସହର ଓ ଗାଁ ଗୁଡ଼ିକରେ ରୁଷ ଜାରି ରଖିଥିବା ହମଲା ସମ୍ପର୍କରେ ସେ ମୋଦିଙ୍କୁ ଅବଗତ କରାଇଛନ୍ତି । ରବିବାର ଜାପୋରିଝଝିଆରେ ଥିବା ଗୋଟିଏ ବସ୍ ଷ୍ଟାଣ୍ଡ ଉପରେ ରୁଷ ଏୟାର ଷ୍ଟ୍ରାଇକ କରିଥିଲା । ଏଥିରେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି । ରୁଷ ଜାଣି ଶୁଣି ଜନବସତି ଉପରେ ବୋମା ମାଡ଼ କରୁଥିବା ମୋଦିଙ୍କୁ କହିଛନ୍ତି ଜେଲେନସ୍କି । ବର୍ତ୍ତମାନ ଯୁଦ୍ଧ ବନ୍ଦ ହେବାର ସମ୍ଭାବନା ସୃଷ୍ଟି ହୋଇଥିବା ବେଳେ ଗୋଟିଏ କୂଟନୀତିକ ଆଲୋଚନା ପାଇଁ ବାଟ ଫିଟିଛି । ହେଲେ ଯୁଦ୍ଧ ବିରତି ପାଇଁ ପ୍ରୟାସ କରିବା ବଦଳରେ ରୁଷ ବେଆଇନ ଦଖଲ ଓ ହତ୍ୟାକାଣ୍ଡ ଘଟାଉଥିବା ଜେଲେନସ୍କି କହିଛନ୍ତି । ଏକ୍ସରେ ଜେଲେନସ୍କି କହିଛନ୍ତି, ଭାରତର
ପ୍ରଧାନମନ୍ତ୍ରୀଙ୍କ ସହ ମୋ ବେଶ କିଛି ସମୟ କଥା ହୋଇଛି । ଆମେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରିଛୁ । ଉଭୟ ଦ୍ୱିପାକ୍ଷିକ ସହଭାଗିତା ଓ କୂଟନୀତିକ ସ୍ଥିତି ସମ୍ପର୍କରେ କଥାବାର୍ତ୍ତା ହୋଇଛି । ଆମ ଲୋକଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଦେଇଥିବା ସହଯୋଗର ପ୍ରତିଶ୍ରୁତି ପାଇଁ ମୁଁ କୃତଜ୍ଞ । ଭାରତ ଆମର ଶାନ୍ତି ପ୍ରତିଷ୍ଠା ଉଦ୍ୟମକୁ ସମର୍ଥନ କରୁଛି । ୟୁକ୍ରେନ ସହ ଜଡ଼ିତ ସମସ୍ତ ବିଷୟବସ୍ତୁ ୟୁକ୍ରେନର ଭାଗିଦାରୀରେ ହେବା ଦରକାର ବୋଲି ଭାରତ ମତ ରଖିଛି । ଏହାକୁ ଛାଡ଼ି ବାକି କୌଣସି ପଦକ୍ଷେପ ଫଳାଫଳ ଆଣି ପାରିବ ନାହିଁ । ରୁଷ ଉପରେ ଥିବା ସମସ୍ତ କଟକଣା ସମ୍ପର୍କରେ ଦୁଇ ନେତା କଥା ହୋଇଛନ୍ତି । ଏହି ସମୟରେ ରୁଷର ରପ୍ତାନୀ ବିଶେଷ କରି ତୈଳ ରପ୍ତାନୀ ହ୍ରାସ ହେବା ଅତ୍ୟନ୍ତ ଜରୁରୀ ବୋଲି ଜେଲେନସ୍କି କହିଛନ୍ତି । ସେପ୍ଟେମ୍ବର ମାସରେ ମିଳିତ ଜାତିସଂଘର ସାଧାରଣ ମହାସଭା ବୈଠକ ଅନୁଷ୍ଠିତ ହେବ । ଏହି ସମୟରେ ଦୁଇ ନେତା ବ୍ୟକ୍ତିଗତ ଭାବେ ପରସ୍ପରକୁ ଭେଟିବେ ବୋଲି ଏକମତ ହୋଇଛନ୍ତି ।

Leave A Reply

Your email address will not be published.