ଫସଲ-ପାଣିପାଗ ପର୍ଯ୍ୟବେକ୍ଷଣ ଗୋଷ୍ଠୀ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ

Review meeting of Crop-Irrigation Monitoring Group Committee held

0 30

ଭୁବନେଶ୍ୱର, ୨୧ା୭: ଆଜି କୃଷି ଭବନରେ ଫସଲ ପାଣିପାଗ ପର୍ଯ୍ୟବେକ୍ଷଣ ଗୋଷ୍ଠୀ କମିଟିର ସମୀକ୍ଷା ବୈଠକ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ପାଣିପାଗ ନିର୍ଦ୍ଦେଶକ ଡ଼ ମନୋରମା ମହାପାତ୍ର ମଧ୍ୟ ଯୋଗଦେଇଥିଲେ ।
ଚଳିତ ବର୍ଷ ଓଡ଼ିଶାରେ ମୌସୁମୀ ଜନିତ ବର୍ଷା ସ୍ୱାଭାବିକ ଠାରୁ ୧୬ ପ୍ରତିଶତ ଅଧିକ ହୋଇଛି । ଏହା ଖରିଫ ଫସଲ ପାଇଁ ବେଶ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଛି ।ବ୍ୱିଶେଷ କରି କପା, ଧାନ, ଆଳୁଚାଷ ଭଳି ଅଧିକା ପାଣିର ଆବଶ୍ୟକ ଫସଲ ପାଇଁ ଏହା ସହାୟକ ହେବ । ରାଜ୍ୟ ସରକାରଙ୍କ କୃଷି ବିଭାଗ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଚାଷୀଙ୍କୁ କୃଷି ସମ୍ବନ୍ଧୀୟ ସୂଚନା ନିୟମିତ ଭାବରେ ପ୍ରଦାନ କରିଆସୁଛି ।ଏତଦବ୍ୟତୀତ ଚାଷୀମାନେ କୃଷି ସମୃଦ୍ଧି ହେଲ୍ପଲାଇନକୁ ଫୋନ କରି ସମସ୍ୟାର ସମାଧାନ ପାଇପାରୁଛନ୍ତି । ବର୍ତ୍ତମାନ ଓଡ଼ିଆ ଏବଂ ସମ୍ବଲପୁରୀ ଭାଷାରେ ଏହି ସୂଚନା ଚାଷୀଙ୍କୁ ପ୍ରଦାନ କରାଯାଉଥିବାବେଳେ ଆଗାମୀ ଦିନରେ ବିଭିନ୍ନ ଆଂଚଳିକ ତଥା ଦେଶୀୟା ଭାଷାର ବ୍ୟବହାରକୁ ଗୁରୁତ୍ୱାରୋପ କରିଛନ୍ତି କୃଷି ସଚିବ ଡ଼ ପାଢ଼ୀ । ସେହିଭଳି, ପର୍ଯ୍ୟାପ୍ତ ପରିମାଣର ଉନ୍ନତମାନରବିହନ, ସାର ଇତ୍ୟାଦି ଯୋଗାଇଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ସୁବିଧା ଯେପରି ଚାଷୀଙ୍କ ପାଖରେ ପହଂଚିବ ଏବଂ ଚାଷୀମାନେ ଏଥିରୁ ପ୍ରକୃତରେ ଉପକୃତ ହେବେ ସେନେଇ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି କୃଷି ସଚିବ ଡ଼ ପାଢ଼ୀ । ବୈଠକରେ କୃଷି ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦିଲ୍ଲୀପ ପରିଡ଼ା, ଅତିରିକ୍ତ ଶାସନ ସଚିବ, ଯୁଗ୍ମ ନିର୍ଦ୍ଦେଶକ, ଉଦ୍ୟାନ କୃଷି ବିଭାଗ, ବିଭିନ୍ନ ଯୋଜନା ଅଧିକାରୀ, ସମବାୟ ବିଭାଗ, ଜଳସେଚନ ବିଭାଗ, କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.