ଜଗନ୍ନାଥ ପ୍ରସାଦ ବ୍ଲକରେ ଗତ କିଛି ଦିନ ହେବ ବର୍ଷା ଉଭାନ ହୋଇ ଯାଇଥିବା ଯୋଗୁଁ ଚାଷ କାମ ଆଗେଇ ପାରୁନଥିଲା। ଫଳରେ ସ୍ଥାନୀୟ ଚାଷୀ ଚିନ୍ତାରେ ପଡ଼ିଥିଲେ। ଏବେ ବର୍ଷା ଯୋଗୁଁ ଚାଷକାମ ଆଗେଇଥିବା ବେଳେ ଶ୍ରମିକ ଅଭାବ ଦେଖାଯାଇଛି। ଜଗନ୍ନାଥ ପ୍ରସାଦ ବ୍ଲକରେ ଗତ କିଛି ଦିନ ହେବ ବର୍ଷା ଉଭାନ ହୋଇ ଯାଇଥିବା ଯୋଗୁଁ ଚାଷ କାମ ଆଗେଇ ପାରୁନଥିଲା। ଫଳରେ ସ୍ଥାନୀୟ ଚାଷୀ ଚିନ୍ତାରେ ପଡ଼ିଥିଲେ। ବର୍ତ୍ତମାନ ବର୍ଷା ହେବା ପରେ ମଧ୍ୟ ଚାଷୀମାନଙ୍କ ଚିନ୍ତା ଦୂର ହୋଇ ନାହିଁ। ଏହାର କାରଣ ପାଲଟିଛି ଶ୍ରମିକ ଅଭାବ। ଚାଷ କାମ ପାଇଁ ଶ୍ରମିକ ମିଳୁ ନଥିବାରୁ ଚିନ୍ତାରେ ପଡ଼ିଛନ୍ତି। ଜଗନ୍ନାଥ ପ୍ରସାଦ ବ୍ଲକରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଢେଫ ଧାନ ଜମି ଗୁଡ଼ିକ ପାଣି ଅଭାବ ହେତୁ ଫାଟି ଆଁ ହୋଇ ଯାଇଥିଲା।ସେହିପରି ଧାନ ଚାଷ ପାଇଁ ପକାଇଥିବା ଧାନ ତଳି ଗୁଡ଼ିକ ପାକଳ ହୋଇ ଯିବା ସହ ଚାଷୀ ରୁଆ ଓ ବେଉଷଣ କାମ କରି ପାରୁନଥିଲେ। ଏବେ ବର୍ଷା ହେବା ପରେ ଚାଷ କାମ କିଛି ମାତ୍ରାରେ ଆଗେଇ ଚାଲିଛି। ବର୍ଷା ଅଭାବ ଯୋଗୁଁ ପ୍ରାୟ ଧାନ ଜମି ପଡ଼ିଆ ପଡିଥିବା ବେଳେ ବର୍ଷା ପରେ ସମସ୍ତ ଚାଷୀ ଖୁସି ହୋଇ ଚାଷ କାମ ଆରମ୍ଭ କରିଥିବା ବେଳେ ଜଗନ୍ନାଥ ପ୍ରସାଦ ବ୍ଲକରେ ଆବଶ୍ୟକ ଅନୁଯାୟୀ ଶ୍ରମିକ ମିଳୁନାହିଁ। ଫଳରେ ଚାଷୀ ବିନା ଶ୍ରମିକରେ ଚାଷ କରିବା ସମ୍ଭବ ହେଉନାହିଁ। କିଛି ଚାଷୀ ଶ୍ରମିକମାନଙ୍କୁ ଆଗୁଆ ଟଙ୍କା ଦେଇଥିବା ବେଳେ ସେମାନେ ଚାଷ କାମ କରିପାରୁଛନ୍ତି।ଆଉ କିଛି ଚାଷୀ ନୟାଗଡ ଜିଲ୍ଲାର ଶ୍ରମିକଙ୍କୁ ଅଧିକ ଟଙ୍କା ଆଉ ଗାଡ଼ିରେ ନେବା ଆଣିବା କରୁଥିବାରୁ ସେଇମାନେ ନୟାଗଡ, ଶରଣ କୁଳ, ଓଡ଼ଗାଁ କୁ ଚାଲିଯାଉଛନ୍ତି | ଏପଟେ ଶ୍ରମିକ ଅଭାବ ଯୋଗୁଁ ଚାଷୀମାନେ ଶ୍ରମିକମାନଙ୍କୁ ପାରିଶ୍ରମିକ ଟଙ୍କା ମଧ୍ୟ ବୃଦ୍ଧି କରି ଦେଉଥିବା ଅଭିଯୋଗ ହୋଇଛି।ତଥାପି ସ୍ଥାନୀୟ ଚାଷୀ ଅଳ୍ପ ଶ୍ରମିକମାନଙ୍କୁ ନେଇ ଚାଷ କାମ ଆଗେଇ ନେଉଛନ୍ତି। ବିଶେଷ କରି ଜଗନ୍ନାଥ ପ୍ରସାଦ ବ୍ଲକରେ ମହିଳା ଶ୍ରମିକ ଅଭାବ ଦେଖାଦେଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଏପଟେ ପାଣି ଅଭାବ ଯୋଗୁଁ ସହ ସହ ଏକର ଜମି ଆଜି ଯାଇଁ ରୁଆ ହୋଇନି ଦେଖିବାକୁ ମିଳୁଛି |