ବାଇକ କୁ ଧକ୍କା ଦେଲା ଟ୍ରାକ୍ଟର, ଗୁରୁତର ଯୁବକଙ୍କ ମେଡ଼ିକାଲ ରେ ମୃତ୍ୟୁ ଘଟଣାସ୍ଥଳରେ ଉତ୍ତେଜନା

0 38
ଧର୍ମଗଡ: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଗ୍ରାମ ନିକଟରେ ବେପରୁଆ ଟ୍ରାକ୍ଟର ଚାଳକ ର ଅସାବଧାନତା ଯୋଗୁଁ ଟ୍ରାକ୍ଟର ପଛ ପଟ ଟ୍ରାକ୍ଟର ଡାଲା ପଲଟି ପଡିବାରୁ ଡାଲା ରେ ଥିବା ସେଣ୍ଟ୍ରିଙ୍ଗ ପାଇଁ ଯାଉଥିବା ସାମଗ୍ରୀ ବାଇକ ଚାଳକ ଉପରେ ଚାପି ହୋଇ ପଡିବାରୁ  ସ୍ଥାନୀୟ ଛିଲିପାମାଲ ଗ୍ରାମ ର ଯୁବକ ସୁନିଲ କୁମାର ଖର୍ସେଲ(୧୮) ଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ହୋଇ ପଡ଼ିଥିବା ଅନ୍ୟ ଜଣେ ନାବାଳକ ମଧ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଗ୍ରାମ ର ବଳରାମ ଗହୀର, ବିକାଶ ପୁଞ୍ଜି ଓ ଲକ୍ଷ୍ମଣ ଗହୀର ଗୁରୁତର କୁ ଉଦ୍ଧାର କରି  ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ପ୍ରାଥମିକ ଚିକିତ୍ସା ପରେ ଯୁବକ ଙ୍କ ଅବସ୍ଥା ଜଟିଳ ଥବାରୁ ଜିଲ୍ଲା ମୁଖ୍ୟାଳୟ ମେଡ଼ିକାଲ କୁ ନେଉଥିବା ବାଟରେ ଯୁବକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା।ଅନ୍ୟପଟେ ଦୁର୍ଘଟଣା ସ୍ଥଳ ରୁ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଥିବା ବେଳେ ଘଟଣାସ୍ଥଳରେ କୋକସରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରାକ୍ଟର କୁ ପୋଲିସ ଜବତ କରିଥିବା ବେଳେ ଟ୍ରାକ୍ଟର ମହୁଳମୁଣ୍ଡା ଗ୍ରାମର ବୋଳି ଜଣାପଡିଛି। ପୋଲିସ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।
Leave A Reply

Your email address will not be published.