ପାରଳାଖେମୁଣ୍ଡି,୩ା୪ : ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଥିବାର ଜାଣାପଡିଛି । ଆର୍.ଉଦୟଗିରି ଥାନା ସୂତ୍ରରୁ ପ୍ରକାଶ ଯେ, ଗତକାଲି ସନ୍ଧ୍ୟାରେ ଚନ୍ଦ୍ରଗିରିର ସରୋଜ ମହାଙ୍କୁଡ, ମଣ୍ଟୁ ମହାଙ୍କୁଡ ଦୁଇଭାଇ ସମେତ ତାଙ୍କ ମାଉସୀ ପୁଅ ଭାଇ କନ୍ଧମାଳ ଜିଲ୍ଲା ଗଦାପୁର ଗ୍ରାମର ସନିଆ ଗୌଡ ତିନିଜଣ ବକ୍ସେର ଗାଡି ନମ୍ବର ଓଆର୍ ୦୭ ଜେ ୪୮୧୩ ଯୋଗେ ମାଙ୍କଡଡିଆଁ ଜଳ ପ୍ରପାତକୁ ବୁଲିବାକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ନୂଆଗାଁ ନିକଟରେ ଭାରସାମ୍ୟ ହରାଇ ବାଇକଟି ଏକ ଆମ୍ବ ଗଛରେ ପିଟି ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ସମସ୍ତେ ଗୁରତର ଆହତ ହୋଇଥିଲେ । ଖବର ପାଇ ଆର୍.ଉଦୟଗିରି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ôଚ ସମସ୍ତଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ସରୋଜ ମହାଙ୍କୁଡଙ୍କୁ ମୃତ ଘୋଷଣା କରାଯାଇଥିଲା । ଅନ୍ୟ ଦୁଇ ଜଣ ଗୁରୁତରଙ୍କୁ ପ୍ରଥମେ ବ୍ରହ୍ମପୁର ବଡଡାକ୍ତରଖାନା ଏବଂ ପରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏ ଦୁହେଁ ବର୍ତ୍ତମାନ ବିପଦମୁକ୍ତ ଥିବା ପରିବାର ବର୍ଗରୁ ସୂଚନା ମିଳିଛି । ଦୁର୍ଘଟଣାସ୍ଥଳରେ ଆର୍.ଉଦୟଗିରି ଥାନାର ଏସ୍.ଆଇ. ମୁକେଶ ଲାକ୍ରା ପହଞ୍ôଚ ତଦନ୍ତ ଆରମ୍ଭ କରିଛନ୍ତି । ଏନେଇ ଆର୍.ଉଦୟଗିରି ଥାନାରେ ୪୩/୨୧ରେ ଏକ ମାମଲା ରୁଜୁ ହୋଇଛି ।