ବ୍ରହ୍ମପୁର : ବାପା ପୁଅ ଘରେ ତାଲା ପକେଇଲେବାପା ଭିତର ପଟୁ, ପୁଅ ବାହାର ପଟୁ ପୋଲିସ ଆସିବାରୁ ପୁଅ ଖୋଲିଲା ତାଲାଘଟଣା ଦେଖା ଦେଇଛି ବ୍ରହ୍ମପୁର ଗାନ୍ଧି ନଗର 4ର୍ଥ ଲାଇନ ଅଞ୍ଚଳରେ।ବାପା ପ୍ରକାଶ ଓ ପୁଅ ଦୀପକ କୋଠିଆ ଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ରହିଛି। ବାପା ଓ ପୁଅ ମଧ୍ୟରେ ଗୃହ ସମ୍ପତ୍ତିକୁ ନେଇ ପାଟି ତୁଣ୍ଡ ହେଉଛି। ପ୍ରକାଶ ଙ୍କ ଅଭିଯୋଗ ପ୍ରକାରେ ପୁଅ ଦୀପକ ଆସିଲେ ତାଙ୍କୁ ଆକ୍ରମଣ , ପାଟି ତୁଣ୍ଡ କରୁଛି।ସେଥିପାଇଁ ଆଜି ଘରୁ ସକାଳୁ ଆସି ପଶି ବାକୁ ଚେଷ୍ଟା କଲା ବେଳେ ବାପା ପ୍ରକାଶ ଭିତର ପଟୁ ତକ ତାଲା ପକାଇ ଦେଇଥିଲା। ପୁଅ ଏହା ଦେଖି ଉତ୍ୟକ୍ତ ହୋଇ ବାହାର କରୁ ତାଲା ଦେଇ ପଳାଇ ଥିଲା।ବାପା ଆସି ବାହାର ଆଡ଼କୁ ଦେଖିଲା ବେଳକୁ ବାହାର ପଟୁ ତାଲା ପଡୁଥିଲା।ପ୍ରକାଶ ଏନେଇ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଅ କୁ ଥାନା ପକ୍ଷରୁ ଡ଼ାକରା ହୋଇଥିଲା।ପୁଅ ବାହାରୁ ଆସି ତାଲା ଖୋଲିଥିଲେ। ଦୀପକ ରାୟଗଡ଼ା duda ରେ କନିଷ୍ଠ ଯନ୍ତ୍ରୀ ଭାବେ କାମ କରନ୍ତି। ସେ ବାପାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପତ୍ନୀଙ୍କୁ କୁଆଡେ ତାଙ୍କ ବାପା ଅଧିକ ଯୌତୁକ ମାଗିଥିଲେ। ସେ ନ ଦେଇ ପାରିବାରୁ ଘରୁ ବାହାର କରିଦେଲେ। ଏବେ ଘରୁ ଆସିବାକୁ ମନା କରୁଛନ୍ତି।