ବାହାନଗା ରେଳ ଦୁର୍ଘଟଣା: ମୃତକଙ୍କ ପରିବାର ସଦସ୍ୟଙ୍କୁ କିଟ୍ରେ ମିଳିଲା ନିଯୁକ୍ତି

0 185

ଭୁବନେଶ୍ୱର,(ଡିକେ ନୁ୍ୟଜ୍): ବାଲେଶ୍ୱର ବାହାନଗାଠାରେ ଘଟିଥିବା ଦୁଃଖଦ ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ଜଣେ ଯୋଗ୍ୟ
ବ୍ୟକ୍ତିଙ୍କୁ ନିଯୁକ୍ତି ଓ ତାଙ୍କ ପରିବାରର ପିଲାଙ୍କୁ କିଟ୍ରେ ମାଗଣା ଶିକ୍ଷା ବ୍ୟବସ୍ଥାକୁ ରବିବାର କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ କାର୍ଯ୍ୟକାରୀ
କରିଛନ୍ତି । ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଓଡ଼ିଶାରୁ ମୃତୁ୍ୟ ଘଟିଥିବା ବ୍ୟକ୍ତିଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସେମାନଙ୍କ ଯୋଗ୍ୟତା ଭିତ୍ତିରେ କିଟ୍ ଓ
କିସ୍ରେ ନିଯୁକ୍ତି ଓ ଦୁର୍ଘଟଣାରେ ପିତା ମାତା ହରାଇଥିବା ପିଲାଙ୍କୁ କିଟ୍ରେ ମାଗଣା ଶିକ୍ଷାଗ୍ରହଣ ନିମନ୍ତେ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ସେତେବେଳେ
ଘୋଷଣା କରିଥିଲେ । ସେହି ଘୋଷଣା ଅନୁସାରେ ଶ୍ରୀ ସାମନ୍ତ ଆଜି କିଟ୍ ପରିସରରେ ମୃତକଙ୍କ ପରିବାର ସଦସ୍ୟମାନଙ୍କୁ ଭେଟିଥିଲେ । ପୂର୍ବରୁ
ସେମାନଙ୍କ ନିଯୁକ୍ତି ପାଇଁ କିଟ୍ ପକ୍ଷରୁ ବିଧିବଦ୍ଧ ପ୍ରକ୍ରିୟା କରାଯାଇ ଆଜି ସାକ୍ଷାତକାର ପାଇଁ ଡକାଯାଇଥିଲା । କିଟ୍ ଓ କିସ୍ରେ ଚାକିରି ପାଇଁ ଇଚ୍ଛା ପ୍ରକାଶ
କରିଥିବା ପରିବାର ସଦସ୍ୟଙ୍କ ମଧ୍ୟରୁ ୨୦ ଜଣଙ୍କୁ ଆଜି ନିଯୁକ୍ତି ଦିଆଯାଇଛି । ଏହା ସହ ମୃତକଙ୍କ ପରିବାରର ମଧ୍ୟରୁ ଦୁଇ ଜଣଙ୍କ ପିଲା କିଟ୍ରେ
ଉଚ୍ଚତର ଶିକ୍ଷା ପାଇଁ ନାମ ଲେଖାଇଛନ୍ତି । ଏଭଳି ସହାୟତା ପାଇଁ ମୃତକଙ୍କ ପରିବାର ସଦସ୍ୟ ଆନନ୍ଦ ପ୍ରକାଶ କରିବା ସହ ଅସମୟରେ ସହାୟତାର
ହାତ ବଢ଼ାଇବା ସହ କର୍ମ ସଂସ୍ଥାନ ଯୋଗାଇ ଦେଇଥିବାରୁ କିଟ୍, କିସ୍ ଓ ଏହାର ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତଙ୍କୁ ସେମାନେ କୃତଜ୍ଞତା ଜଣାଇଥିଲେ ।

Leave A Reply

Your email address will not be published.