ଭୁବନେଶ୍ୱର, : ବ୍ୟାଙ୍କ ଅଫ୍ ବରୋଦା ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ଏମ୍ଏସ୍ଏମ୍ଇ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ମହାପ୍ରବନ୍ଧକ ତଥା ଆଞ୍ଚଳିକ ମୁଖ୍ୟ ସ୍ୱପ୍ନା ବନ୍ଦୋପାଧ୍ୟାୟ, ଭୁବନେଶ୍ୱର କ୍ଷେତ୍ରର ମହାପ୍ରବନ୍ଧକ ତଥା କ୍ଷେତ୍ରୀୟ ମୁଖ୍ୟ ସତ୍ୟ ରଞ୍ଜନ ମହାପାତ୍ର, ଭୁବନେଶ୍ୱର କ୍ଷେତ୍ରର ସହାୟକ ମହାପ୍ରବନ୍ଧକ ତଥା ଉପ- କ୍ଷେତ୍ରୀୟ ମୁଖ୍ୟ ରାଜୀବ ସିହ୍ନାଙ୍କ ସମେତ ଅଞ୍ଚଳ କାର୍ଯ୍ୟାଳୟ ଓ କ୍ଷେତ୍ରୀୟ
କାର୍ଯ୍ୟାଳୟର ଅଧିକାରୀଗଣ ଉପସ୍ଥିତ ଥିଲେ । ଶ୍ରୀମତୀ ବନ୍ଦୋପାଧ୍ୟାୟ ବ୍ୟାଙ୍କର ବ୍ୟବସାୟିକ ବିକାଶରେ ଏମ୍ଏସ୍ଏମ୍ଇ ଗ୍ରାହକଙ୍କ ଅବଦାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ ମଧ୍ୟ ବ୍ୟାଙ୍କ ତରଫରୁ ଗ୍ରାହକମାନଙ୍କୁ ପ୍ରଦାନ କରାଯାଉଥିବା ସେବା ଉପରେ ଗୁରୁତ୍ୱାରୋପ କରିଥିଲେ । କ୍ଷେତ୍ରୀୟ ମୁଖ୍ୟ ଶ୍ରୀ ମହାପାତ୍ର ଗ୍ରାହକ ସେବା ମାଧ୍ୟମରେ ଗ୍ରାହକମାନଙ୍କୁ ସନ୍ତୁଷ୍ଟି ପ୍ରଦାନ କରିବା ପାଇଁ ବ୍ୟାଙ୍କର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ସହାୟକ ମହାପ୍ରବନ୍ଧକ ତଥା ଭୁବନେଶ୍ୱର କ୍ଷେତ୍ରର ଏସ୍ଏମ୍ଇଏଲ୍ଏଫ୍ ମୁଖ୍ୟ ବିଜୟ ଶଙ୍କର ଝା ବିଭିନ୍ନ ଉତ୍ପାଦ ସମ୍ବନ୍ଧରେ ଉପସ୍ଥାପନା କରିଥିବା ସହ ଗ୍ରାହକମାନଙ୍କ ସହ ଆଲୋଚନା ଅଧିବେସନରେ ଯୋଗ ଦେଇଥିଲେ ଯାହା ଦ୍ୱାରା ବ୍ୟାଙ୍କକୁ ଗୁରୁତ୍ୱପୂର୍ଣ୍ଣ ଲିଡ୍ ମିଳିପାରିଥିଲା । ପରିଶେଷରେ ଅଞ୍ଚଳ ମୁଖ୍ୟ ଶ୍ରୀମତୀ ବନ୍ଦୋପାଧ୍ୟାୟ ଗ୍ରାହକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।