ବିଜେପି ରାଜ୍ୟସଭାପତି ମନମୋହନ ସାମଲଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

BJP State President Manmohan Samal receives warm welcome

0 30

କେସିଙ୍ଗା,: ବିଜେପି ରାଜ୍ୟ ସଭାପତିଙ୍କ ନାମ ଘୋଷଣା ପରେ ପ୍ରଥମ ଥର କଳାହାଣ୍ଡି ଜିଲ୍ଲା ଗ୍ରସ୍ତରେ ମନମୋହନ ସାମଲ । କଳାହାଣ୍ଡିର ଦ୍ୱାର କୁହାଯାଉଥିବା କେସିଙ୍ଗା ଅମାଠ ଛକରୁ କେସିଙ୍ଗା ନଗର ଦେଇ କଳାହାଣ୍ଡି ଜିଲ୍ଲାରେ ପାଦ ଦେଇଛନ୍ତି ସଭାପତି । ସଭାପତି ଆସିବେ ବୋଲି ଚାରିଦିନ ଆଗରୁ କର୍ମୀଙ୍କ ତତ୍ପର ଦେଖାଯାଇଥିଲା । ପ୍ରସ୍ତୁତି ବୈଠକ ସାଙ୍ଗକୁ ରଣନୀତି ପ୍ରସ୍ତୁତ କରାଯାଇଥିଲା ଦୁଇଦିନ ଆଗରୁ । ସହରରେ ସ୍ଥାନେ ସ୍ଥାନେ ବଡ଼ ବଡ଼ ବ୍ୟାନରରେ କର୍ମୀଙ୍କ ଫୋଟୋ ସହିତ ସଭାପତିଙ୍କୁ ଜିଲ୍ଲାରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସଭାପତି ଅମାଠ ଛକରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲାର ସଭାପତି ଯୁଗଳ ପୋଢ଼ ସହ କେସିଙ୍ଗା ବିଜେପି ପକ୍ଷରୁ ଏକ ବିରାଟ ମଟର ସାଇକଲ ଶୋଭାଯାତ୍ରାରେ କେସିଙ୍ଗାକୁ ପାଛୋଟି ଅଣାଯାଇଥିଲା । କେସିଙ୍ଗା ସ୍ଥାନୀୟ ପୁରୁଣା ଷ୍ଟେଟ ବ୍ୟାଙ୍କ ପାଖରେ ସଭାପତିଙ୍କୁ ଦଳୀୟ କର୍ମୀମାନେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏଥିରେ କଳାହାଣ୍ଡି ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ଙ୍କ ସମେତ କେସିଙ୍ଗା ନଗର ସଭାପତି ପିଙ୍କୁ ପରିଡ଼ା, ସମ୍ପାଦକ ଯୁଗଳ କିଶୋର ଦୀପ, ପୂର୍ବତନ ସଭାପତି ପ୍ରଶାନ୍ତ ବାନାର୍ଜୀ, ମଗନ୍ ସିନ୍ଦୂର, ରାଜ୍ୟ ସାଧାରଣ ସମ୍ପାଦକ ସନ୍ତୋଷ ଦାସ, ପୂର୍ବତନ ଜିଲ୍ଲା ଉପସଭାପତି ର୍ବିଦ୍ଧ ଜୈନ, ଉପ ସଭାପତି ପ୍ରୀତେଶ ପଟେଲ, ପ୍ରମୁଖ ଉପସ୍ଥିତ ରହି ସଭାପତିଙ୍କୁ ଭବାନୀପାଟଣାକୁ
ପାଛୋଟି ନେଇଥିଲେ ।

Leave A Reply

Your email address will not be published.