ବିଧାୟକଙ୍କୁ ଶୌଚାଳୟ ନିର୍ମାଣ ପାଇଁ ଆଇନଜୀବୀଙ୍କ ଅନୁରୋଧ

0 28

ସୋରଡ଼ା ଗଞ୍ଜାମ ଜିଲ୍ଲା ସୋରଡ଼ା ସହରର ବ୍ଲକ ଲାଇନରେ ବ୍ଲକ କାର୍ଯ୍ୟାଳୟ, ତହସିଲ, କୋର୍ଟ, କୃଷି, ଶିଶୁ ବିକାଶ, ମିଶନ ଶକ୍ତି, ଜନସ୍ୱାସ୍ଥ୍ୟ ବିଭାଗ ସମେତ ବ୍ୟାଙ୍କ, ପୋଷ୍ଟ ଅଫିସକୁ ପ୍ରତିଦିନ ସହ ସହ ଜନତା ୨୬ ଟି ପଞ୍ଚାୟତର ଗ୍ରାମମାନଙ୍କରୁ ବିଭିନ୍ନ କାମ ପାଇଁ ଆସନ୍ତି । ସ୍ଥାନୀୟ ଆହାର କେନ୍ଦ୍ର ସମ୍ମୁଖରେ ବ୍ଲକର ସମସ୍ତ ଗ୍ରାମକୁ ଯାତାୟାତ ହେଉଥିବା ଆମ ବସ ଗୁଡିକ ସେଠାରୁ ଯିବା ଆସିବା ପାଇଁ ବସ ଷ୍ଟାଣ୍ଡ ହୋଇଥିବା ବେଳେ ଦୈନିକ ୧୦ ରୁ ଉର୍ଦ୍ଧ୍ୱ ଆମ ବସ୍ରେ ସ୍ଥାନୀୟ ୪ ଟି କଲେଜକୁ ମଧ୍ୟ ଉକ୍ତ ବସ୍ରେ ଛାତ୍ରୀମାନେ ଯାତାୟାତ କରନ୍ତି ।ଯାହା ଫଳରେ ଉକ୍ତ ସ୍ଥାନରେ ପ୍ରତିଦିନ ସହ ସହ ମହିଳା, ଛାତ୍ରୀ ଶୌଚ ପାଇଁ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଇନଜୀବୀ ପ୍ରଦୀପ ଶେଖର ପାଳ, ସାଂସଦ ପ୍ରତିନିଧି ସିମାଞ୍ଚଳ ଅଧିକାରୀ, ସାମାଜିକ କର୍ମୀ ଭି ଜଗଦୀଶ ରାଜୁ ପ୍ରମୁଖ ବିଧାୟକଙ୍କୁ ଶନିବାର ଅପରାହ୍ଣରେ ସାକ୍ଷାତ କରି ସେଠାରେ ଆବଶ୍ୟକତା ଦେଖି ଗୋଟିଏ ଶୌଚାଳୟ ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି । ଆଇନଜୀବୀ ପ୍ରଦୀପ ଶେଖର ପାଳଙ୍କ କହିବା ଅନୁଯାୟୀ ସେଠାରେ ବହୁ ସଂଖ୍ୟକ ଛାତ୍ରୀ, ମହିଳା ବସ୍କୁ ଅପେକ୍ଷା କରନ୍ତି । ତେଣୁ ସେମାନଙ୍କ ପାଇଁ ନିହାତି ଶୌଚାଳୟଟେ ନିର୍ମାଣକ କରିବା ଆବଶ୍ୟକ ରହିଛି ।

Leave A Reply

Your email address will not be published.