ବିମାନ କ୍ରାଶରେ ଜଳିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ରୂପାନୀଙ୍କ ସମେତ ୨୪୧

0 51

ଅହମ୍ମଦାବାଦ, : ଭାରତ ଇତିହାସର ସବୁଠାରୁ ବଡ଼ ବିମାନ ଦୁର୍ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି । ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଚାଲି ଯାଇଛି ୨୩୦ ଯାତ୍ରୀଙ୍କ ସମେତ ୨୪୧ ଜଣଙ୍କ ଜୀବନ । ୨୩୦ ଯାତ୍ରୀଙ୍କ ବ୍ୟତୀତ ବିମାନରେ ୧୦ ଜଣ କ୍ରୁ ସଦସ୍ୟ ଓ ୨ ଜଣ ପାଲଇଟ ଥିଲେ । କିନ୍ତୁ ସମସ୍ତଙ୍କୁ ଚକିତ କରି ଜଣେ ଯାତ୍ରୀ ଜୀବିତ ଉଦ୍ଧାର ହୋଇଛନ୍ତି । ଏବେ ତାଙ୍କର ଚିକିତ୍ସା ହସ୍ପିଟାଲରେ ଚାଲିଛି । ଜୀବିତ ଯାତ୍ରୀ ଜଣଙ୍କ ବିମାନର ୧୧ ଏ ସିଟରେ ବସିଥିଲେ । ବିମାନଟି ବିଜେ ମେଡିକାଲ କଲେଜର ହଷ୍ଟେଲରେ ମାଡ଼ ହେବାରୁ ଏଥିରେ ନିଆଁ ଲାଗି ଯାଇଥିଲା । ଏଥିଯୋଗୁ ବିମାନରେ ଥିବା ସମସ୍ତ ୨୪୨ ଜଣ ଲୋକ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି । ସେହିପରି ମେଡିକାଲ କଲେଜର ୫ ଜଣ ଶିକ୍ଷାର୍ଥୀଙ୍କ ମଧ୍ୟ ଏଥିଯୋଗୁ ଜୀବନ ଯାଇଛି । କ୍ରାଶ ଯୋଗୁ ସମସ୍ତେ ପୋଡ଼ି ହୋଇ ପ୍ରାଣ ହରାଇଥିବାରୁ ଶବ ଚିହ୍ନଟରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି । ଏଥିପାଇଁ ବିମାନରେ ଯାତ୍ରା କରୁଥିବା ଲୋକଙ୍କ ସମ୍ପର୍କୀୟମାନଙ୍କୁ ଡିଏନଏ ଟେଷ୍ଟ ପାଇଁ ଆଗେଇ ଆସିବାକୁ ଅହମ୍ମଦାବାଦ ପୋଲିସ୍‌ କମିଶନର କହିଛନ୍ତି । ତାଙ୍କ କହିବା କଥା ଯେ ଦୁର୍ଘଟଣା ଏତେ ଭୟଙ୍କର ରହିଛି ଯେ କୌଣସି ଯାତ୍ରୀ ବଞ୍ଚିବା ଆଶା କମ । କିଛି ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହେଲେ ସେମାନେ ବଞ୍ଚିବାର ଆଶା କ୍ଷୀଣ । ବିମାନରେ ନିଆଁ ଲାଗିବା ଯୋଗୁ ସମସ୍ତ ୨୪୨ଜଣ ଲୋକ ପୋଡ଼ି ଯାଇଛନ୍ତି । ସେମାନଙ୍କୁ ଚିହ୍ନଟ କରିବା ବେଶ କଷ୍ଟକର । ଅହମ୍ମଦାବାଦରୁ ଏୟାର ଇଣ୍ଡିଆନର ବିମାନ ଲଣ୍ଡନ ଯାଉଥିଲା । ଏଥିରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ରହିଥିଲେ । ବିମାନ କ୍ରାଶ ଯୋଗୁ ସେ ମଧ୍ୟ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି । ରୂପାନୀ ୨୦୧୬ରୁ ୨୦୨୧ ଯାଏ ଗୁଜରାଟର ୧୬ତମ ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିଲେ । ଲଣ୍ଡନରେ ତାଙ୍କ ପତ୍ନୀ ରହୁଥିବାରୁ ତାଙ୍କୁ ଆଣିବା ପାଇଁ ରୂପାନୀ ସେଠାକୁ ଯାଉଥିଲେ । କିନ୍ତୁ ଏୟାର ଇଣ୍ଡିଆର ଏଆଇ ୧୭୧ ବିମାନ ଉଡ଼ାଣ ଭରିବାର ୫ ମିନିଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ପୂରା ଛିନଛତ୍ର ହୋଇଯାଇଛି । ଆକାଶ ପଥରେ ଦ୍ୱିତୀୟ ଥର ପାଇଁ ଗୁଜରାଟର କୌଣସି ମୁଖ୍ୟମନ୍ତ୍ରୀ କିମ୍ବା ପୂର୍ବତନ ମୁଖ୍ୟମନ୍ତ୍ରୀ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ୬୮ ବର୍ଷୀୟ ରୂପାନୀଙ୍କ ପୂର୍ବରୁ ୬ ଦଶନ୍ଧି ପୂର୍ବରୁ ବଲବନ୍ତ ରାୟ ମେହେତା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ତେବେ ୧୯୬୫ ମସିହା ସେପ୍ଟେମ୍ବର ମାସରେ ଗୁଜରାଟ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ବଲବନ୍ତ ରାୟ ମେହେତା ଅହମଦାବାଦରୁ ମିଥାପୁର ଗୋଟିଏ ଚାର୍ଡାର୍ଟ ପ୍ଲେନରେ ଯାଉଥିଲା । ଏତିକି ବେଳେ ଭାରତ-ପାକିସ୍ତାନ ଯୁଦ୍ଧ ବି ଚାଲିଥିଲା । ପାକିସ୍ତାନ ବାୟୁ ସେନା ବଲବନ୍ତଙ୍କ ସାମରିକ ବିମାନ ଭାବି ୨ଟି ଏଫ ୮୬ ସାବରେ ଜେଟରୁ କଚ୍ଚର ରାନ୍ନ ଠାରେ ଗୁଳି ମାଡ଼ କରିଥିଲା । ଏଥିଯୋଗୁ ବିମାନଟି କ୍ରାଶ ହୋଇଯାଇଥିଲା । ଏଥିରେ ବଲବନ୍ତ, ତାଙ୍କ ପତ୍ନୀ ସରୋଜବେଜ, କିଛି ସହଯୋଗୀ, ଜଣେ ସାମ୍ବାଦିକ ଓ ଦୁଇ ଜଣ କ୍ରୁ ସଦସ୍ୟ ପ୍ରାଣ ହରାଇଥିଲେ । ବିମାନକୁ ନିଜେ ବଲବନ୍ତ ରାୟ ମେହେତା ଚଳାଉଥିଲେ । ପାକିସ୍ତାନ ପରବର୍ତ୍ତୀ ସମୟରେ ନିଜ ଭୁଲକୁ ସ୍ୱୀକାର କରିଥିଲେ ହେଁ କେବେ ହେଲେ କ୍ଷମା ମାଗି ନଥିଲା । କେବଳ ଗୁଜରାଟ ମୁଖ୍ୟମନ୍ତ୍ରୀ କିମ୍ବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବିମାନ ଅଘଟଣରେ ହରାଇ ନାହିଁ । ୨୦୦୯ରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଏସ୍ ରାଜ ଖଣ ରେଡ୍ଡୀଙ୍କ ହେଲିକପ୍ଟର ଖରାପ ପାଣିପାଗ ଯୋଗୁ ନାଲ୍ଲାମାଲା ଜଙ୍ଗଲରେ ଖସି ପଡ଼ିଥିଲା । ଏଥିଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା । ୨୦୧୧ରେ ଅରୁଣାଚଳ ପ୍ରଦେଶର ଦୋର୍ଜୀ ଖାଣ୍ଡୁ ହେଲିକପ୍ଟର କ୍ରାଶରେ ପ୍ରାଣ ହରାଇଥିଲେ । ବେଶ କିଛି ଦିନ ପରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.