ବିଶ୍ୱବିଦ୍ୟାଳୟ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ରାଜ୍ୟପାଳ

Governor promises to resolve university issues

0 28

କୋରାପୁଟ,: ରାଜ୍ୟପାଳଙ୍କ କୋରାପୁଟ ଗସ୍ତର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ରାଜ୍ୟପାଳ ପ୍ରଥମେ ସୁନାବେଡ଼ା ଠାରେ ଥିବା କେନ୍ଦ୍ରୀୟ ବିଶ୍ୱବଦ୍ୟାଳୟକୁ ଯାଇଥିଲେ । ସେଠାରେ ପହଁଞ୍ଚି ଛାତ୍ରଛାତ୍ରୀ ଓ ଅଧ୍ୟାପିକା ଅଧ୍ୟାପକଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟପାଳ ଛାତ୍ରଛାତ୍ରୀଙ୍କ ଠାରୁ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ସହ ହଷ୍ଟେଲର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ବିଶ୍ୱବିଦ୍ୟାଳୟରେ ସ୍ଥାୟୀ ଅଧ୍ୟାପକ ଓ ସ୍ଥାୟୀ କୁଳପତି ନ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ । ବିଶ୍ୱବିଦ୍ୟାଳୟରେ କେବଳ ପଚାଶ ପ୍ରତିଶତ ଅଧ୍ୟାପକ ଅଧ୍ୟାପିକା ଥିବାରୁ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ତେଣୁ ଛଅ ମାସ ଭିତରେ ସମସ୍ତ ସ୍ଥାୟୀ ଅଧ୍ୟାପକ ଅଧ୍ୟାପିକା ପଦ ପୂରଣ ହେବ । ୨୦୧୩ରୁ ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ କାହିଁକି ବନ୍ଦ ରହିଛି ଶୁଣି ଅଧ୍ୟାପକ ଅଧ୍ୟାପିକା ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ରାଜ୍ୟପାଳ । ପରେ ପରେ ବିଶ୍ୱ ବିଦ୍ୟାଳୟରୁ କାର୍ଯ୍ୟକ୍ରମ ସାରି ସେମିଳିଗୁଡା ବ୍ଲକ୍ ରାଜପୁଟ ଗାଁ କୁ ଯାଇ ମାଣ୍ଡିଆ ପ୍ରକ୍ରିୟାକରଣ ୟୁନିଟ୍‌ ବୁଲି ଦେଖିଥିଲେ । ସେଠାରେ କାର୍ଯ୍ୟ କରୁଥିବା ସ୍ୱଂୟ ସହାୟକ ଗୋଷ୍ଠୀ ସହ ଆଲୋଚନା କରିଥିଲେ । ହିତାଧିକାରୀଙ୍କ ସହ ବି ଆଲୋଚନା କରିଥିଲେ । ମାଣ୍ଡିଆ ପ୍ରକ୍ରିୟାକରଣ ୟୁନିଟ୍‌ ଦେଖି ସେ ଖୁସି ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.