ବିଶ୍ୱ ବାଣିଜ୍ୟ ଦିବସ ଏବଂ ବାର୍ଷିକ ସଦସ୍ୟ ସମ୍ମିଳନୀ ପାଳିତ : ବିଶ୍ୱ ବଜାରରେ ପହଞ୍ଚି ନଥିବା ଓଡ଼ିଶାର ପରିଚିତ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ

World Trade Day and Annual Members' Conference celebrated: Governor calls for promotion of Odisha's familiar products that have not reached the global market

0 40

ଭୁବନେଶ୍ୱର,: ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲୁଟିସି) ଭୁବନେଶ୍ୱର ହୋଟେଲ ସ୍ୱସ୍ତି ପ୍ରିମିୟମରେ ୮ମ ବିଶ୍ୱ ବାଣିଜ୍ୟ ଦିବସ ଏବଂ ବାର୍ଷିକ ସଦସ୍ୟ ସମ୍ମିଳନୀ ୨୦୨୫ ସଫଳତାର ସହିତ ଆୟୋଜନ କରିଛି । ବିଶ୍ୱ ବାଣିଜ୍ୟ ସପ୍ତାହର ବିଶ୍ୱବ୍ୟାପୀ ଆୟୋଜନ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ଶିଳ୍ପପତି, ବରିଷ୍ଠ ସରକାରୀ ଅଧିକାରୀ, ବିଶ୍ୱ ବାଣିଜ୍ୟ ବିଶେଷଜ୍ଞ, ଏମଏସଏମଇ, ଉଦ୍ୟୋଗୀ ଏବଂ ଆନ୍ତର୍ଜାତିକ ପ୍ରତିନିଧିମାନେ ଏକତ୍ରିତ ହୋଇ ଓଡ଼ିଶା ପାଇଁ ନୂତନ ବାଣିଜ୍ୟ ସୁଯୋଗ ଏବଂ ସମ୍ଭାବନା ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡଃ ହରିବାବୁ କମ୍ଭମପତି ଓଡ଼ିଶା ପୂର୍ବ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ କେନ୍ଦ୍ର ଭାବରେ ଉଭା ହେଉଥିବା ବିଷୟରେ ଜୋର୍‌ ଦେଇଥିଲେ । ସେ ମଧ୍ୟ ଦୁବାଇ ଏବଂ ଆବୁ ଧାବୀ ସହିତ ସିଧାସଳଖ ବିମାନ ସଂଯୋଗ ରାଜ୍ୟର ଲଜିଷ୍ଟିକ୍ସ ସମ୍ଭାବନାକୁ ବୃଦ୍ଧି କରିଛି ବୋଲି କହିଥିଲେ, ଯାହା ଓଡ଼ିଶାର ପରିଚିତ କିନ୍ତୁ ବିଶ୍ୱ ବଜାରରେ ଠିକ୍ ଭାବେ ପହଞ୍ଚି ନ ଥିବା ହସ୍ତତନ୍ତ, ହସ୍ତଶିଳ୍ପ, ଜିଆଇ-ଟ୍ୟାଗ୍ ଥିବା ପଦାର୍ଥ ଏବଂ ସାମୁଦ୍ରିକ ଜୀବ ଉତ୍ପାଦଗୁଡ଼ିକର ପ୍ରସାର କରିବାକୁ ଆହ୍ୱାନ ଦେଇଥିଲେ । ଡଃ କମ୍ଭମପତି ମଧ୍ୟ ଅନାବିଷ୍କୃତ ପର୍ଯ୍ୟଟନ ସମ୍ଭାବନା ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ ଗତ ବର୍ଷ ୫ ଲକ୍ଷରୁ ଅଧିକ ଭାରତୀୟ ପର୍ଯ୍ୟଟକ ଭିଏତନାମ ଗସ୍ତ କରିଥିବା ବେଳେ ଭିଏତନାମରୁ ଆସୁଥିବା ପର୍ଯ୍ୟଟକ ସଂଖ୍ୟା କମ୍ ଅଛି । ସେ ଭିଏତନାମୀ ନାଗରିକମାନଙ୍କୁ ଓଡ଼ିଶାର ସମୃଦ୍ଧ ବୌଦ୍ଧ ଐତିହ୍ୟ ପରିଦର୍ଶନ କରିବାକୁ ଆମନ୍ତ୍ରଣ ଦେଇ ରାଜ୍ୟକୁ ଏକ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଗନ୍ତବ୍ୟ ସ୍ଥଳୀ ଭାବରେ ପ୍ରତିଷ୍ଠା କରିବାକୁ ପ୍ରୟାସ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୋକାଲ ଫର୍ ଲୋକାଲ ଅଭିଯାନ ସହିତ ସମନ୍ୱିତ ହୋଇ ସେ ଓଡ଼ିଶାର ଅନନ୍ୟ ସ୍ଥାନୀୟ ଉତ୍ପାଦଗୁଡ଼ିକୁ ପ୍ରଦର୍ଶନ ଏବଂ ରପ୍ତାନି କରିବାକୁ ପ୍ରେରଣା ଦେଇଥିଲେ । ପୂର୍ବ ଭାରତର ଅର୍ଥନୈତିକ ଇଞ୍ଜିନ୍‌: ଓଡ଼ିଶାର ବିଶ୍ୱ ବାଣିଜ୍ୟ ଦୃଷ୍ଟି’ ବିଷୟବସ୍ତୁ ଉପରେ ଆଧାରିତ ୨୦୨୫ କାର୍ଯ୍ୟକ୍ରମରେ ଦୁବାଇ ଚେମ୍ବର୍ସ ଅଫ୍ କମର୍ସକୁ କାଉଟିଂ କନେକ୍ଟ ପାର୍ଟନର୍ ଭାବରେ ଗ୍ରହଣ କରାଯାଇଥିଲା, ଯାହା ଓଡ଼ିଶା ଏବଂ ଦୁବାଇ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଦୃଢ଼ କରିବା ଉପରେ ଧ୍ୟାନ ଦେଇଥିଲା । ଡବ୍ଲ୍ୟୁଟିସି ଭୁବନେଶ୍ୱରର ଚେୟାରମ୍ୟାନ୍‌ ଏବଂ ଡବ୍ଲ୍ୟୁଟିସି ମୁମ୍ବାଇର ଉପାଧ୍ୟକ୍ଷ କ୍ୟାପଟେନ୍ ସୋମେଶ ବାତ୍ରା ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ଓଡ଼ିଶାର ରପ୍ତାନି ପରିବେଶ ଏବଂ ଏମଏସଏମଇ ବିକାଶକୁ ସମର୍ଥନ କରିବାରେ ଡବ୍ଲ୍ୟୁଟିସିର ବୃଦ୍ଧିପାଉଥିବା ଭୂମିକା ଉପରେ ଆଲୋକପାତ କରିଥିଲେ । ଡବ୍ଲ୍ୟୁଟିସି ଭୁବନେଶ୍ୱରର ଆନ୍ତର୍ଜାତିକ ବାଣିଜ୍ୟ ପ୍ରଚାର ଥିଙ୍କ ଟ୍ୟାଙ୍କର ମାନ୍ୟବର କନଭେନର୍‌ ରାଜେନ ପାଢ଼ି ବିଭିନ୍ନ କ୍ଷେତ୍ରରେ ସକ୍ରିୟ ଭାବରେ ଜଡ଼ିତ ହୋଇ ଆନ୍ତର୍ଜାତିକ ବାଣିଜ୍ୟକୁ ସୁଗମ କରିବା ପାଇଁ ଡବ୍ଲ୍ୟୁଟିସିର ପ୍ରୟାସ ବିଷୟରେ କହିଥିଲେ । ଡବ୍ଲ୍ୟୁଟିସି ମୁମ୍ବାଇର ଚେୟାରମ୍ୟାନ୍ ଏବଂ ଡବ୍ଲ୍ୟୁଟିସି ଭୁବନେଶ୍ୱରର ନିର୍ଦ୍ଦେଶକ ଡଃ ବିଜୟ କଳନ୍ତ୍ରି ଏମଭିଆଇଅରଡିସି ମୁମ୍ବାଇ ଏବଂ ଡବ୍ଲ୍ୟୁଟିସି ଭୁବନେଶ୍ୱର ଦ୍ୱାରା ବିଶ୍ୱ ବାଣିଜ୍ୟ କେନ୍ଦ୍ର ସଂଗଠନ (ଡବ୍ଲ୍ୟୁଟିସିଏ) ନେଟୱାର୍କ ମାଧ୍ୟମରେ ଭାରତୀୟ ବ୍ୟବସାୟଗୁଡ଼ିକୁ ବିଶ୍ୱ ବଜାର ସହିତ ସଂଯୋଗ କରିବା ପାଇଁ କରାଯାଉଥିବା ସହଯୋଗୀ ପ୍ରୟାସ ବିଷୟରେ ବିସ୍ତୃତ ଭାବରେ ବ୍ୟାଖ୍ୟା କରିଥିଲେ । ଦୁବଇ ଚେମ୍ବର୍ସର ମୁଖ୍ୟ ପ୍ରତିନିଧି (ଏସିଆ ଅଞ୍ଚଳ) ଭାରତ, ଅଭିଜିତସିଂହ ଜାଦେଜା ମୁଖ୍ୟ ଭାଷଣରେ ଦୁବାଇର ଏକ ବିଶ୍ୱସ୍ତରୀୟ ବାଣିଜ୍ୟ ଏବଂ ଲଜିଷ୍ଟିକ୍ସ ଗେଟୱେ ଭାବରେ ଏହାର କୌଶଳଗତ ଅବସ୍ଥାନ ଉପରେ ଗୁରୁତ୍ୱ ଦେଇ ଓଡ଼ିଶାଭିତିକ ବ୍ୟବସାୟଗୁଡ଼ିକୁ ଦୁବାଇ ମାଧ୍ୟମରେ ଆନ୍ତର୍ଜାତିକ ସୁଯୋଗ ଅନୁସନ୍ଧାନ କରିବାକୁ ଆମନ୍ତ୍ରଣ ଦେଇଥିଲେ ଏବଂ ରାଜ୍ୟ ସହିତ ବାଣିଜ୍ୟ ସହଯୋଗ ଗଭୀର କରିବାକୁ ଦୁବାଇ ଚେମ୍ବର୍ସର ପ୍ରତିବଦ୍ଧତା ପୁନରାବୃତି କରିଥିଲେ । ଅକଲାଣ୍ଡରେ ଭାରତର କନସଲ ଜେନେରାଲ୍ ଡଃ ମଦନ ମୋହନ ସେଠୀ ଶିକ୍ଷା, କୃଷି ଉତ୍ପାଦ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବୃଦ୍ଧିପାଉଥିବା ବାଣିଜ୍ୟ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ସନ୍ଧ୍ୟାରେ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ବାଣିଜ୍ୟ ବିକାଶ ପ୍ରୟାସକୁ ନେଇଥିବା ସେକ୍ଟୋରାଲ୍ ଥିଙ୍କ ଟ୍ୟାଙ୍କ କନଭେନର୍ ଏବଂ ସହକନଭେନର୍ମାନଙ୍କ ଘୋଷଣା କରାଯାଇଥିଲା । ଡବ୍ଲ୍ୟୁଟିସି ଭୁବନେଶ୍ୱର ସହିତ ଜଡ଼ିତ ମହିଳା ଉଦ୍ୟୋଗୀମାନଙ୍କ ଦ୍ୱାରା ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉତ୍ପାଦର ପ୍ରଦର୍ଶନୀ ଓଡ଼ିଶାର ଶିଳ୍ପ ସମୃଦ୍ଧିକୁ ପ୍ରଦର୍ଶନ କରିଥିଲା । ବାଣିଜ୍ୟ ଏବଂ ରପ୍ତାନି କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଉଲ୍ଲେଖନୀୟ ଏମଏସଏମଇ ଏବଂ ସଂଗଠନଗୁଡ଼ିକୁ ସମ୍ମାନିତ କରି ଅଚିଭମେଣ୍ଟ ଆୱାର୍ଡ଼ସ ପ୍ରଦାନ ସହିତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

Leave A Reply

Your email address will not be published.