ଧର୍ମଗଡ : ଧର୍ମଗଡ ବ୍ଲକ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୃକ୍ଷ ଆମ ଜୀବନ ହୋଇଥିବାରୁ ବୃକ୍ଷର ଉପକାରିତା ଓ ତାର ଯତ୍ନ ନେବାରେ ସମସ୍ତଙ୍କ ଦାୟିତ୍ୱ ରହିଥିବାରୁ ବୃକ୍ଷ ରୋପଣ କରିବାର ଆବଶ୍ୟକତା ରହିଛି। ଏଣୁ ଅନୁଷ୍ଠିତ ହୋଇଥିବା ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଉକ୍ତ କଲେଜର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ ଅଧ୍ୟକ୍ଷତା କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଧର୍ମଗଡ଼ ବନାଞ୍ଚଳ ଅଧିକାରୀ ଭବାନୀ ଶଙ୍କର କାଉଁର ଯୋଗଦେଇ କଲେଜ ପରିସରରେ ବୃକ୍ଷରୋପଣ କରିଥିଲେ । ବେହେରା ବନପାଳ ରାଜେନ୍ଦ୍ର ନାଏକ, ଧର୍ମଗଡ଼ ବନପାଳ ସୀମା କୁମାରୀ ଧଙ୍ଗଡ଼ାମାଝୀ, ଅଧ୍ୟାପକ ରଞ୍ଜନ ପଣ୍ଡା, ଅକ୍ଷୟ ପଟ୍ଟନାୟକ, ଆମ ଜଙ୍ଗଲ ଯୋଜନାର ଟିମ ଲିଡର ଦୁର୍ଗା ପ୍ରସାଦ ମିଶ୍ର, ଫରେଷ୍ଟଗାର୍ଡ ସୁନୀଲ ଗୋପାଳ, ବିଭୁତି ନାଏକ, ନାରାୟଣ ନାଗ, ନମିତା ବାଗ, ପାରା ଫରେଷ୍ଟ କ୍ଷତ୍ରୀୟ ନାଏକ, ତ୍ରିବିକ୍ରମ ନାଏକ, ସ୍ୱାଧୀନ ଦଣ୍ଡସେନା,ସମେତ ଉକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିବା ସହିତ ବନ ମହୋତ୍ସବ ପାଳନ କରିଥିଲେ।