କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୱେ ଦର୍ଲିପଡା ଛକ ନିକଟରେ ବୋର୍ଡ ଥାନା ଅନ୍ତର୍ଗତ ପଲନା ଗ୍ରାମ ରୁ ଗୁପ୍ତେଶ୍ଵର ବୋଲବମ ଯାଉଥିବା ଏକ ପିକଅପ ଗାଡି ଓ ରାସ୍ତା ପାର ହେଉଥିବା ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକ ଚାଳକ ସମେତ ବୋଲବମ ଯାଉଥିବା ୨ ମହିଳା ଓ ୨ ପୁରୁଷ ଶ୍ରଦ୍ଧାଳୁ ସମେତ ବାଇକ ଚାଳକ ଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଉଦ୍ଧାର ପରେ ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ୪ ଗୁରୁତର ଙ୍କୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ମାନେ ହେଲେ ସ୍ଥାନୀୟ ଖୁରସେଲଗୁଡା ଗ୍ରାମ ର ପରିବା ବିକାଳୀ ଅନିରୁଦ୍ଧ ମାଝୀ (୫୫ ପଲନା ଗ୍ରାମ ର ଗୋକୁଳ ଗହୀର (୨୦) କୈକେଇ ଗହୀର(୧୮)ହେମନ୍ତି ଗହୀର(୩୫) ବୋଲି ଜଣାପଡିଛି। ଅନ୍ୟପଟେ ଭାରସାମ୍ୟ ହରାଇ ପିକଅପ ଗାଡି ଟି ମଧ୍ୟ ରାସ୍ତା ରୁ ଚାଷଜମି ରେ ଓଲଟି ପଡିଛି।।ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡି କୁ ଜବତ କରି ତଦନ୍ତ ଜାରି ରଖିଛି।