ବ୍ରହ୍ମପୁର ଏମକେସିଜିରେ ପୁଣି ଅଭାବନୀୟ ଦୃଶ୍ୟ

Another unfortunate sight at Berhampur MKCG

0 54

ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଭାବନୀୟ ଦୃଶ୍ୟ । ଗୋଟିଏ ଅକ୍ସିଜେନ ସିଲିଣ୍ଡରରେ ଦୁଇ ରୋଗୀଙ୍କୁ ଦିଆଯାଉଛି ଅକ୍ସିଜେନ ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଏମକେସିଜି ମେଡିକାଲର ଶିଶୁରୋଗ ବିଭାଗରେ । ପାତ୍ରପୁର ବ୍ଲକ ଅଞ୍ଚଳର କୌଶଲ୍ୟା ସାହୁଙ୍କ ୮ ଦିନର ଶିଶୁ ଓ ଗଜପତି ଜିଲ୍ଲା ନୂଆଗଡ ବ୍ଲକ ପଦପଦା ଗ୍ରାମର ପଦ୍ମାଳୟ ବେହେରାଙ୍କ ୧୪ ଦିନର ଶିଶୁକୁ ଗୋଟିଏ ଅକ୍ସିଜେନ ସିଲିଣ୍ଡରରେ ଅକ୍ସିଜେନ ଦିଆଯାଉଥିଲା । ତେବେ ଗୋଟିଏ ଅକ୍ସିଜେନ ସିଲିଣ୍ଡରରେ ଦୁଇ ଜଣ ଶିଶୁଙ୍କ ଦେବା ଦ୍ବାରା ଶିଶୁର ସ୍ବାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଥାଏ । କାହିଁକି ଏଭଳି ଦୁଇ ଜଣ ଶିଶୁକୁ ଗୋଟିଏ ଅକ୍ସିଜେନ ସିଲିଣ୍ଡରରେ ଅକ୍ସିଜେନ ଦିଆଯାଉଥିଲା ତାହା ଅସ୍ପଷ୍ଟ

Leave A Reply

Your email address will not be published.