ବ୍ରିଟେନକୁ ବୟନ ସାମଗ୍ରୀ ଓ ପୋଷାକ ରପ୍ତାନି ବଢ଼ାଇବା ଲାଗି ରଣନୀତି

Strategy to increase textile and apparel exports to the UK

0 31

ନୂଆଦିଲ୍ଲୀ,: ଶୁଳ୍କ ଲଗାଇ ଆମେରିକା ସୃଷ୍ଟି କରିଥିବା କ୍ଷତକୁ ବ୍ରିଟେନ ଜରିଆରେ ଭରଣା କରିବା ଉପରେ ଭାରତ ସରକାର ବିଚାର କରୁଛନ୍ତି । ବ୍ରିଟେନକୁ ବୟନ ସାମଗ୍ରୀ ଓ ପୋଷାକ ରପ୍ତାନି ବଢ଼ାଇବା ଲାଗି ରଣନୀତି ପ୍ରସ୍ତୁତ କରାଯାଉଛି । ଭାରତ ଓ ବ୍ରିଟେନ ମଧ୍ୟରେ ସ୍ୱାକ୍ଷରିତ ମୁକ୍ତ ବାଣିଜ୍ୟ ରାଜିନାମା ଏଥିରେ ସହାୟକ ହେବ । କେୟାର ରେଟିଂସ୍ ପକ୍ଷରୁ କୁହାଯାଇଛି ଯେ ବ୍ରିଟେନ୍ ସହ ହୋଇଥିବା ରାଜିନାମା ଭାରତ ପାଇଁ ସହାୟକ ହେବ । ଏହା ବ୍ୟତୀତ ୟୁରୋପୀୟ ସଂଘ (ଇୟୁ) ସହ ଚାଲିଥିବା କଥାବାର୍ତ୍ତା ମଧ୍ୟ ଭାରତୀୟ ବୟନ ଶିଳ୍ପକୁ ସୁହାଇବା ଆଶା କରାଯାଉଛି । ବ୍ରିଟେନ ବର୍ଷକୁ ୨.୦୨ ଲକ୍ଷ କୋଟି ଟଙ୍କାର ପୋଷାକପତ୍ର ଆମଦାନି କରୁଛି ଯେଉଁଥିରେ ବାଂଲାଦେଶ ଓ ଭିଏତନାମର ପ୍ରଭାବ ଅଧିକ ରହିଛି । ମୁକ୍ତ ବାଣିଜ୍ୟ ରାଜିନାମା ଏବେ ଭାରତକୁ ଏହି ଦୁଇ ଦେଶ ସହ ସମାନ ସୁଯୋଗ ପ୍ରଦାନ କରିବ । କେୟାର ରେଟିଂସ୍ ନିର୍ଦ୍ଦେଶକ ଅକ୍ଷୟ ମୋରବ୍ୟା କହିଛନ୍ତି ଯେ ଆମେରିକା ଲଗାଇଥିବା ଶୁଳ୍କ ପ୍ରଭାବରେ ଭାରତର ବୟନ ରପ୍ତାନି ୯-୧୦ ପ୍ରତିଶତ ହ୍ରାସ ପାଇବ । ଏହାର ପ୍ରଭାବରେ ଭାରତର ରେଡିମେଡ୍ ଗାର୍ମେଣ୍ଟସ୍ ଓ ବୟନ ସାମଗ୍ରୀ ନିର୍ମାତାଙ୍କ ଲାଭ ୩-୫ ପ୍ରତିଶତ କମ୍ ହେବ । ଶୁଳ୍କ ଦ୍ୱାରା ପ୍ରଭାବିତ ରପ୍ତାନିକାରୀମାନଙ୍କୁ ସାହାଯ୍ୟ କରିବା ଲାଗି ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । କପା ଉପରେ ୧୦ ପ୍ରତିଶତ ଆମଦାନୀ ଶୁଳ୍କକୁ ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ପ୍ରତ୍ୟାହାର କରାଯାଇଛି । ଏହା ବ୍ୟତୀତ ରପ୍ତାନି ବାଇବା ଲାଗି ୪୦ଟି ଦେଶ ଚିହ୍ନଟ କରାଯାଇଛି । ଏହି ଦେଶଗୁଡ଼ିକୁ ରପ୍ତାନି ବାଇ ଆମେରିକା ଜରିଆରେ ହୋଇଥିବା କ୍ଷତିକୁ ଭାରତ ଭରଣା କରିବାକୁ ଚାହୁଛି ।

Leave A Reply

Your email address will not be published.