ଭୁବନେଶ୍ୱର : ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ସମ୍ମାନଜନକ ପ୍ରେସିଡେଣ୍ଟ ଆୱାର୍ଡ ମିଳିଛି । ଅନ୍ତର୍ଜାତୀୟ ହକି ଫେଡରେସନ୍ (ଏଫ୍ଆଇଏଚ୍) ପକ୍ଷରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ହକିର ପ୍ରଚାର ପ୍ରସାର ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ନେଇ ଏହି ସମ୍ମାନଜନକ ପୁରସ୍କାର ତାଙ୍କୁ ପ୍ରଦାନ କରାଯାଇଛି । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏଫ୍ଆଇଏଚ୍ର ୪୭ ତମ ସମ୍ମିଳନୀରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏ ନେଇ ହକି ଇଣ୍ଡିଆ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯିବା ସହ ହକିର ପ୍ରଚାର ପ୍ରସାର ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ସେ ଏହି ପୁରସ୍କାର ପାଇବାକୁ ହକ୍ଦାର୍ ବୋଲି କୁହାଯାଇଛି । ଏଥିସହିତ ହକି ଇଣ୍ଡିଆ ପକ୍ଷରୁ ମଧ୍ୟ ଟ୍ୱିଟ୍ ଯୋଗେ ଶ୍ରୀ ପାଣ୍ଡିଆନ୍ଙ୍କୁ ଶୁଭେଚ୍ଛା ଜଣାଯାଇଛି ।
Comments are closed.