ଭୁବନେଶ୍ୱରରେ ହେବ ବିଶ୍ୱସ୍ତରୀୟ ଫୁଟବଲ ଟ୍ୟାଲେଣ୍ଟ ଏକାଡେମୀ

Global Football Talent Academy to be held in Bhubaneswar

0 147

ଭୁବନେଶ୍ୱର,୧୫ା୧୧ : ବିଗତ ଦଶନ୍ଧି ମଧ୍ୟରେ ଓଡ଼ିଶା ସରକାର କ୍ରୀଡ଼ାର ବିକାଶ ପାଇଁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍‌ ନିର୍ମାଣ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନର ସଫଳତା ପାଇଛି ଓଡ଼ିଶା । ପରିଣାମ ସ୍ୱରୂପ ଓଡ଼ିଶା ଆଜି କ୍ରୀଡ଼ା ହବ୍‌ରେ ପରିଣତ ହୋଇଛି ଆଉ ଭୁବନେଶ୍ୱରକୁ କ୍ରୀଡ଼ା ରାଜଧାନୀର ମାନ୍ୟତା ମିଳିଛି । ଦେଶର ଜାତୀୟ କ୍ରୀଡା ହକିକୁ ନବୀନଙ୍କ ପ୍ରୋତ୍ସାହନ ପରେ ହକି ଆଜି ସଫଳତା ପରେ ସଫଳତା ପାଇ •ଲିଛି । ଏଥି ସହିତ ଓଡିଶାରେ ମଧ୍ୟ ହକି ପାଇଁ ଦୁଇଟି ଅର୍ନ୍ତଜାତୀୟ ମାନର ଷ୍ଟାଡିୟମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ଓ ବଳିଷ୍ଠ ନେତୃତ୍ୱରେ ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟ କ୍ରୀଡ଼ା ଭିତ୍ତିଭୂମିରେ ବୈପ୍ଳବିକ ପରିବର୍ତ୍ତନ ସୁନିଶ୍ଚିତ ହୋଇଛି । ଅନ୍ତର୍ଜାତୀୟ ହକି ଫେଡେରେସନ୍‌ ଓଡ଼ିଶାର କ୍ରୀଡ଼ା ପରିବେଶକୁ ସ୍ୱୀକୃତି ଦେଇଛି । ଥରେ ନୁହେଁ; ଓଡ଼ିଶା କ୍ରମାଗତ ଦୁଇଥର ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଆୟେଜାନ କରିବାର ସୁଯୋଗ ପାଇଛି । ବିଶ୍ୱର ପ୍ରଥମ ଓ ଏକମାତ୍ର ରାଜ୍ୟ ଭାବେ ଓଡ଼ିଶା ଏହି ସମ୍ମାନଜନକ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରି ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି । ଏହାରି ମଧ୍ୟରେ ଓଡିଶା କ୍ରୀଡା ପାଇଁ ଆଉ ଏକ ଖୁସି ଖବର ହେଉଛି ଆସନ୍ତା ୨୧ ତାରିଖରେ ଭୁବନେଶ୍ୱରରେ ଉଦଘାଟିତ ହେବ ଦେଶର ପ୍ରଥମ ବିଶ୍ୱସ୍ତରୀୟ ଫୁଟବଲ୍‌ ଟ୍ୟାଲେଣ୍ଟ ଏକାଡେମୀ । ସର୍ବଭାରତୀୟ ଫୁଟବଲ ମହାସଂଘ ଓ ଫିଫା ଟ୍ୟାଲେଣ୍ଟ ଡେଭଲପମେଣ୍ଟ ସ୍କିମରେ ଏହାର ଲୋକାର୍ପଣ ହେବ । ଦେଶର ଫୁଟବଲ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଭାରତର ପ୍ରଥମ, ଏଆଇଏଫ୍‌ଏଫ୍‌/ଏଫ୍‌ଆଇଏଫ୍‌ଏ ଟ୍ୟାଲେଣ୍ଟ ଏକାଡେମୀ ପାଇଁ ଭୁବନେଶ୍ୱରକୁ ବାଛିଛନ୍ତି ଅନ୍ତର୍ଜାତୀୟ

Leave A Reply

Your email address will not be published.