ଯାଜପୁର, : ଜିଲ୍ଳ୍ା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହ ଠାରେ “ସ୍ୱାତୀ” ଅନୁଷ୍ଠାନ ପକ୍ଷରୁ ଏକ ଦୁଇଦିନିଆ କର୍ମଶାଳା ଅନୁୁଷ୍ଠିତ ହୋଇଯାଇଅଚ୍ଥି । ଏହି କର୍ମଶାଳାକୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରକ୍ଷା ଅଧିକାରୀ ସଂଯୁକ୍ତା ଘଡାଇ ଏବଂ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ରେକ୍ସୋନା ଜେନା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ନିଜ ନିଜର ଅଭିବୃତି ରଖିଥିଲେ । ମହିଳାମାନେ କିପରି ସ୍ୱାବଲମ୍ୱି ହେବା ସହିତ ଆଇନଗତ ସବୁ ବ୍ୟବସ୍ଥା ବିଷୟରେ ସଚେତନ ହୋଇପାରିବେ ଏବଂ ଅନ୍ୟ ମହିଳା ମାନଙ୍କୁ ଆଇନ ବ୍ୟବସ୍ଥା ସଂପର୍କରେ ଅବଗତ କରାଇପାରିବେ ତାହା ଉପରେ ଆଲୋକପାତ କରିଥିଲେ । ଏହି କର୍ମଶାଳାର ଉଦ୍ଦେଶ୍ୟ ହେଉଚ୍ଥି ମହିଳା ମାନଙ୍କ ପ୍ରତି ଘଟୁଥିବା ହିଂସାତ୍ମକ କାର୍ଯ୍ୟକଳାପକୁ କିପରି ରୋକାଯାଇପାରିବ ଏବଂ ମହିଳା ମାନଙ୍କ ନିକଟରେ ଆଇନ ସମ୍ୱନ୍ଧୀୟ ଜ୍ଞାନ ଉପରେ ସଚେତନ କରିବା । ଏହି ଦୁଇଦିନିଆଁ କର୍ମଶାଳାରେ ସାଧନା ପାଂଉଣ୍ଡେସନର ସମ୍ୱଳ ବ୍ୟକ୍ତି ଭାବେ ସୁଜାତା ମହାପାତ୍ର ଏବଂ ସତ୍ୟଜିତ୍ ପ୍ରତିହାରୀ ଯୋଗଦେଇ ବିଭିନ୍ନ ପ୍ରକାରର ଆଇନ ଏବଂ ବ୍ୟବସ୍ଥା ବିଷୟରେ ତାଲିମ ଦେବା ସହିତ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ କରିଥିଲେ । ଘରୋଇ ହିଂସା, ବାଲ୍ୟ ବିବାହ, କନ୍ୟା ଭୃଣ ହତ୍ୟା, ଯୈାତୁକ ନିରୋଧ, ପୋକ୍ସୋ ଆଦି ଆଇନ ବିଷୟରେ ତାଲିମାର୍ଥିମାନେ ଜ୍ଞାନ ଗ୍ରହଣ କରିଥିଲେ । ଏହି କର୍ମଶାଳାର ଉଦଯାପନି ଦିବସରେ ଜିଲ୍ଳ୍ା ସମାଜ କଲ୍ୟାଣ ଅଧିକାରୀ ମଂଜୁଲତା ନାୟକ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା୍ ଶ୍ରୀମତୀ ରେକ୍ସୋନା ଜେନା କାର୍ଯ୍ୟକ୍ରମରେ ଯୋଗଦେଇ କିପରି ଏହି ସାକ୍ଷରତା କାର୍ଯ୍ୟକ୍ରମ ଜିଲ୍ଳ୍ାର ସମସ୍ତ ଗ୍ରାମାଞ୍ଚଳ ମାନଙ୍କରେ ପହଞ୍ଚିପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ସରପଞ୍ଚ, ଏମ୍.ବି.କେ., ସି.ଆର୍.ପି., ୱାନ ଷ୍ଟପ୍ ସେଣ୍ଟର ଷ୍ଟାପଂ୍, ଆଇ.ସି.ଡି.ଏସ୍.ର କର୍ମକର୍ତ୍ତା ବୃନ୍ଦ ଅଂଶ ଗ୍ରହଣ କରିଥଲେ ।