ମହେଶ ବାବୁଙ୍କୁ ନୋଟିସ

0 80

ନୂଆଦିଲ୍ଲୀ, : ସାଉଥ୍‌ ସୁପରଷ୍ଟାର ମହେଶ ବାବୁ ଆଇନ ଜାଲରେ ଫସିଛନ୍ତି । ହାଇଦ୍ରାବାଦର ଜଣେ ଡାକ୍ତରଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସହ ୩୪ ଲକ୍ଷ ଟଙ୍କାର ଏକ କଥିତ ରିଅଲ ଇଷ୍ଟେଟ ଠକେଇ ହୋଇଛି । ଏହି ଠକେଇକୁ ସମର୍ଥନରେ ସୁପରଷ୍ଟାରଙ୍କୁ ଆଇନ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଏହି ନୋଟିସ୍ ତେଲଙ୍ଗାନାରେ ରଙ୍ଗା ରେଡ୍ଡୀ ଜିଲ୍ଲା ଉପଭୋକ୍ତା ଆୟୋଗ ପକ୍ଷରୁ ମହେଶଙ୍କ ନିକଟକୁ ପଠାଯାଇଛି । ଏହା ପୂର୍ବରୁ ମଧ୍ୟ ମହେଶ ବାବୁ ଏକ ରିଅଲ ଇଷ୍ଟେଟ୍‌ କମ୍ପାନୀକୁ ସମର୍ଥନ କରିଥିଲେ । ରିପୋର୍ଟ ଅନୁସାରେ, ସୁପରଷ୍ଟାର ମହେଶ ବାବୁଙ୍କୁ ୩୪ ଲକ୍ଷ ଟଙ୍କାର ଏକ କଥିତ ରିଅଲ୍ ଇଷ୍ଟେଟ୍‌ ଠକେଇକୁ ସମର୍ଥନ କରିବା ପାଇଁ ଏକ ଆଇନଗତ ନୋଟିସ୍ ଜାରି କରିଛି । ହାଇଦ୍ରାବାଦର ଜଣେ ଡାକ୍ତରଙ୍କ ଅଭିଯୋଗ ପରେ ଏହି ନୋଟିସ୍ ଜାରି କରାଯାଇଛି । ଅଭିଯୋଗରେ କୁହାଯାଇଛି ଯେ ଡାକ୍ତର ଏକ ପ୍ଲଟ୍ ପାଇଁ ୩୪.୮ ଲକ୍ଷ ଟଙ୍କା ଦେଇଥିଲେ ଯାହା ପ୍ରକୃତରେ ଅସ୍ତିତ୍ୱରେ ନାହିଁ । ମହେଶ ବାବୁଙ୍କୁ ତୃତୀୟ ଅଭିଯୁକ୍ତ ଭାବରେ ନାମିତ କରାଯାଇଛି ବୋଲି ଜଣାପଡ଼ିଛି । ଅଭିଯୋଗରେ ତାଙ୍କ ଉପରେ ସାଇ ସୂର୍ଯ୍ୟ ଡେଭଲପର୍ସ ଫାର୍ମକୁ ପ୍ରୋତ୍ସାହିତ କରିବା ଏବଂ କ୍ରେତାମାନଙ୍କୁ ଭ୍ରମିତ କରିବାର ଅଭିଯୋଗ ଆସିଛି । ଏହା ପୂର୍ବରୁ ମଧ୍ୟ ସୁପରଷ୍ଟାର ରିଅଲ୍ ଇଷ୍ଟେଟ୍‌ ଦୁର୍ନୀତି ସମ୍ପର୍କରେ ଆଇନଗତ ସମସ୍ୟାରେ ଫସିଛନ୍ତି । ଏପ୍ରିଲ ୨୦୨୫ରେ ଇଡି ସାଇ ସୂର୍ଯ୍ୟ ଡେଭଲପର୍ସ ଏବଂ ସୁରାଣା ଗ୍ରୁପ୍‌ ସହ ଜଡିତ ମନି ଲଣ୍ଡରିଂ ସମ୍ପର୍କରେ ମହେଶ ବାବୁଙ୍କୁ ପଚରାଉଚରା କରିଥିଲା । ଏହି ମାମଲାରେ ମହେଶ ବାବୁ କିମ୍ବା ତାଙ୍କ ଟିମ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ଅଭିନେତା ଶେଷ ଥର ପାଇଁ ଗୁଣ୍ଟୁର କରମ ଫିଲ୍ମରେ ନଜର ଆସିଥିଲେ । ଏହି ଫିଲ୍ମଟି ୨୦୨୩ ମସିହାରେ ମୁକ୍ତିଲାଭ କରିଥିଲା । ବର୍ତ୍ତମାନ ମହେଶ ବାବୁ ଏସଏସଏମବି ୨୯ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Leave A Reply

Your email address will not be published.