ବୌଦ୍ଧ, (ଡିକେ ନ୍ୟୁଜ୍): ଚାଷୀ ହେଉଛି ସମାଜର ମେରୁଦଣ୍ଡ ଓ ଅନ୍ନଦାତା ସାରା ସୃଷ୍ଟିର ଅନ୍ନଦାତା । କିନ୍ତୁ ଚାଷୀର ସମସ୍ୟାର ସମାଧାନ ପାଉଁ କେହିନାହିଁ । ପ୍ରକୃତ ଚାଷୀର ଏକତା ନାହିଁ କାରଣ କାମକଲେ ଯାଇ ସେ ତାରି ପରିବାର ପେଟ ଭରିବ ନଚେତ ତାର ପରିବାର ଉପବାସରେ ରହିବ । ଚାଷୀ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥବା ସରକାର କିମ୍ବା ପ୍ରଶାସନ କେବଳ କାଗଜ କଲମରେ ପ୍ରକୃତରେ ନୁହେଁ । ଏପରି ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ସରସରା ଶାଖା କେନାଲ, ଉକ୍ତ କେନାଲରେ କେବେହେଲେ ତଳମୁଣ୍ଡକୁ ପାଣିଯିବାର ନଜିର ଆଜିପର୍ଯ୍ୟନ୍ତ ନାହିଁ । କାରଣ କେନାଲଟି କେବେହେଲେ ରକ୍ଷଣାବେକ୍ଷଣ ହୋଇନଥାଏ । କେନାଲ ଶୁଷ୍କ ଥିବା ସମୟରେ କେବେହେଲେ କେନାଲ ମରାମତି କିମ୍ବା ସଫେଇକାମ ହୋଇନଥାଏ । ଯେତେବେଳେ ବର୍ଷା ଋତୁଆସେ ଚାଷ କାମ ଆରମ୍ଭ ହୁଏ ଜୁଲାଇ ୧୫ରେ ପ୍ରଥମ କେନାଲ ପାଣି ଛଡ଼ାଯାଏ । ସେ ସମୟରେ କେତେକ ଶ୍ରମିକମାନଙ୍କୁ ନେଇ ପଣିଭର୍ତ୍ତି ଥିବା କେନାଲ ଭିତରେ ଲମ୍ବୀଯାଇଥିବା ଘାସକୁ କାଟିଦେଇ କେନାଲସଫେଇ ଓ ମରାମତିର ବାହାବାହା ନେଇଯାଆନ୍ତି ଜୈନିକ ବିଭାଗୀୟ ଅଧିକାରୀ ଓ ପାଣିପାଞ୍ଚୟତ କର୍ମଚାରୀ । ଏପଟେ ଚାଷୀର ଅବସ୍ଥା ସଂକଟାପର୍ଣ୍ଣ ପାଣିଟିକିଏ ପାଇଁ ଡହକ ବିକଳ ଗତବର୍ଷ ଏଇ ଏରିଆରେ ଚାଷୀ ମରୁଡିର ସମ୍ମୁଖୀନ ହୋଇଥିବାବେଳେ ଏବର୍ଷ କିନ୍ତୁ ବିଭାଗୀୟ ଅଧିକାରୀ କିମ୍ବା ପ୍ରଶାସନ ଦୃଷ୍ଟି ନଦେଲେ ପୁଣି ଏବର୍ଷ ମରୁଡିର ସମ୍ମୁଖୀନ ହୋଇପାରନ୍ତି ବୋଲି ଚାଷୀମହଳରେ ଆଲୋଚନା ହେଉଛି । ଆଗାମୀ ଦିନରେ ଯଦି ଚାଷୀସମସ୍ୟ ସମାଧାନ କରାନଯାଏ । ତାହେଲେ ଆଗାମୀଦିନରେ ଆନ୍ଦୋଳନକପନ୍ଥା ଅବଲମ୍ବନ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଉଥିବାର ଜଣାଯାଏ ।