କେନ୍ଦୁଝର, : କେନ୍ଦୁଝର ଜିଲ୍ଲାର ପାଟଣା ଠାରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଆଜି କେନ୍ଦୁଝର ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ଏହି ମେଗା ଷ୍ଟିଲ ପ୍ରତିଷ୍ଠା ନେଇ କେନ୍ଦୁଝର ନାଗରିକ ଏବଂ ବୁଦ୍ଧିଜୀବୀମାନଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୁରୁବାର ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଏବଂ ଧନ୍ୟବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନାଗରିକ ମଞ୍ଚଠୁ ଆରମ୍ଭ କରି ବଣିକ ସଂଘ ଏବଂ ବିଭିନ୍ନ ରାଜେନତିକ ଏବଂ ସାମାଜିକ ସଂଗଠନ ଗୁଡିକ ଆଜି ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, କେନ୍ଦୁଝର ଜିଲ୍ଲାରେ ଖଣି ଅଛି
ପାଣି ଅଛି । କେନ୍ଦୁଝରକୁ ମା\’ ତାରିଣୀଙ୍କ ଆର୍ଶିବାଦ ବି ଅଛି । ତେଣୁ ୨୦୦୧ ମସିହାରୁ ପ୍ରଥମଥର ପାଇଁ ବିଧାୟକ ହେବା ପରଠାରୁ ମୁଁ କେନ୍ଦୁଝର ଜିଲ୍ଲାରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ସ୍ୱପ୍ନ ଦେଖିଥିଲି । ତେବେ ତତ୍କାଳୀନ ବିଜେଡ଼ି ସରକାରର ଇଚ୍ଛାଶକ୍ତି ଅଭାବରୁ ଏହା ସମ୍ଭବ ହୋଇ ନ ଥିଲା । ମାତ୍ର ଏବେ ତାହା ପୂରଣ ହେବ । ଅନ୍ତରାଷ୍ଟ୍ରୀୟ ଷ୍ଟିଲ କମ୍ପାନୀ ପୋସ୍କୋ ଭଳି କମ୍ପାନୀ ଜେଏସଡବ୍ଲୁ ସହିତ ମିଳିତ ଭାବେ କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ସମ୍ମତି ଜଣାଇଛନ୍ତି । ତେବେ ଏହି କମ୍ପାନୀ ପ୍ରତିଷ୍ଠା ହେଲେ କେନ୍ଦୁଝର ଜିଲ୍ଲା ସାମାଜିକ ଏବଂ ଅର୍ଥ ନୈତିକ ସ୍ଥିତି ବଦଳିବ । ତେଣୁ ସମସ୍ତ ନାଗରିକ ସମାଜ ଏହାକୁ ସହଯୋଗ କରିବାକୁ ସେ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦୁଝଣ ନାଗରିକ ମଞ୍ଚ ପକ୍ଷରୁ ଡକ୍ଟର ଅରୁଣ ସାହୁ, ରାମ ନାରାୟଣଶ ଦ୍ୱତିବେଦୀ, ଅଜୟ ସାହୁ, ବିରଜା ମିଶ୍ର, କୃଷ୍ଣ ଚନ୍ଦ୍ର ପରିଡା ଉପସ୍ଥିତ ଥିଲେ । ସେହିପରି ମୁସିଲମ ସମାଜ, ଜିଲ୍ଲା ବିଜେପି, ବିଜେପି ଯୁବ ମୋର୍ଚ୍ଚା, ବିଭିନ୍ନ ବେସରକାରୀ ସଂଗଠନ, ବାଣିଜ୍ୟ ସଂଗଠନ ପରି ୧୦୦ରୁ ଉର୍ଦ୍ଧ୍ୱ ସାମାଜିକ ସଂଗଠନ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, କେନ୍ଦୁଝରଗଡ ପୌର ପାଳିକା ଅଧ୍ୟକ୍ଷା ନିକୁ ସାହୁ, ପୂର୍ବତନ ଜିଲ୍ଲାସଭାପତି ରାଧାକାନ୍ତ ମହାନ୍ତ, ପୂର୍ବତନ ଜିଲ୍ଲା ସଭାପତି ଅଂଶୁମାନ
ସବୁଜ ମହାନ୍ତ ବର୍ମା, ବିଜେପି ବିଧାୟକ ପ୍ରାର୍ଥୀ ଡକ୍ଟର ଶମ୍ଭୁନାଥ ରାଉତ, ପୃଥିରାଜ କୁଅଁର, ଆଲୋକ ସେଠୀ, ଯୁବ ମୋର୍ଚ୍ଚା ସଭାପତି ସବୀର ଦାସ, ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ହେମ ରଂଜନ ବାରିକ, ନଗର ସଭାପତି ଅସିତ ମହାନ୍ତି, ପୂର୍ବତନ ନଗର ସଭାପତି ବିଶ୍ୱଜିତ ତ୍ରିପାଠୀ, ଲୋକସଭା ମଣ୍ଡଳର ମିଡିଆ ସେଲ ସଂଯୋଜକ ବ୍ରଜକିଶୋର ରାୟ, ଚନ୍ଦ୍ରଗୁପ୍ତ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ ।
ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ
CM seeks cooperation for mega steel plant
Next Post