ଭୁବନେଶ୍ୱର,: ରାଜ୍ୟ ସରକାର ଛଅଟି ନୂଆ ବୟନ, ପୋଷାକ ଓ ଓୟାରେବଲ୍ ପାର୍କ ବିକାଶ କରୁଛନ୍ତି । ଏହି ପାର୍କଗୁଡ଼ିକରେ ଅତ୍ୟାଧୁନିକ ସୁବିଧାସୁଯୋଗ ରହିବ । ବୟନ କ୍ଷେତ୍ରର କମ୍ପାନୀଗୁଡ଼ିକ ସିଧାସଳଖ ଆସି ସେହି ପାର୍କଗୁଡ଼ିକରେ ନିଜ କାରଖାନା ବସାଇ ପାରିବେ । ଚଳିତ ମାସ ୨୫ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା \”ଓଡ଼ିଶା ଟିଇଏକ୍ସ ୨୦୨୫\’ରେ ଏହି ପାର୍କଗୁଡ଼ିକୁ ଉଦ୍ଘାଟନ କରାଯିବ । ୨୦୩୦ ସୁଦ୍ଧା ଓଡ଼ିଶାକୁ ଭାରତର ବୟନ ରାଜଧାନୀରେ ପରିଣତ କରିବା ଲକ୍ଷ୍ୟ ରଖି ରାଜ୍ୟ ସରକାର ଏହି କ୍ଷେତ୍ରର ନିବେଶକମାନଙ୍କୁ ପୁଞ୍ଜିନିବେଶ କରିବାକୁ ଆହ୍ୱାନ ଦେଇଛନ୍ତି । ସେହି ମର୍ମରେ ଓଡ଼ିଶା ଟେକ୍ସ ୨୦୨୫ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ତାହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବେ । ବୟନ କ୍ଷେତ୍ରର ଚର୍ଚ୍ଚିତ କମ୍ପାନୀ, ବିଶ୍ୱସ୍ତରୀୟ ବ୍ରାଣ୍ଡ୍, ପୋଷାକ ନିର୍ମାତା, ପେସାଦାର ଓ ଷ୍ଟାର୍ଟଅପ୍ଗୁଡ଼ିକ ଏଥିରେ ସାମିଲ ହେବେ । ରାଜ୍ୟରେ ପୋଷାକ, ଟେକ୍ନିକାଲ ଟେକ୍ସଟାଇଲ୍, ଜୋତା, ଆସେସୋରିଜ୍ ଓ ଲଗେଜ୍ ଉତ୍ପାଦନ ଲାଗି ରହିଥିବା ନିବେଶ ସମ୍ଭାବନାଗୁଡ଼ିକୁ ସେମାନେ ଅନ୍ୱେଷଣ କରିବେ । ଏହି ଅବସରରେ କେତେକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର ହେବ ଓ ନୂଆ ନିବେଶ ମଧ୍ୟ ଘୋଷଣା କରାଯିବ । ଶିଳ୍ପ ବିଭାଗର ଅତିରିଚକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଓଡ଼ିଶାକୁ ଅଗ୍ରଣୀ ବୟନ କମ୍ପାନୀଗୁଡ଼ିକୁ ଆଣିବ ଏବଂ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ପ୍ରଗତିଶୀଳ ନୀତି, ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ କୁଶଳୀ ଶ୍ରମଶକ୍ତି ଜରିଆରେ ବୟନ ଶିଳ୍ପ ପାଇଁ ଆମେ ଏକ ଦୃଢ଼ ବ୍ୟବସ୍ଥା ଗଠନ କରିଛୁ । ତାହା ଶିଳ୍ପ ଅଭିବୃଦ୍ଧିକୁ ବଢ଼ାଇବା, ମହିଳା ସଶକ୍ତିକରଣ ଓ ଗ୍ରାମୀଣ ରୂପାନ୍ତରଣରେ ସହାୟକ ହେବ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ତ୍ରିପୁରା, ବେଙ୍ଗାଲୁରୁ, ସୁରଟ, ପଞ୍ଜାବ, ପଶ୍ଚିମବଙ୍ଗ ଓ ଏନ୍ସିଆର୍ ଭଳି ଅଞ୍ଚଳରୁ ୩୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବା
କାର୍ଯ୍ୟକ୍ରମ ରହିଛି । ଶିଳ୍ପ ସଂଘ ଫିକି ତରଫରୁ ବିଭିନ୍ନ ଶିଳ୍ପ ସଂଘ ସହ ଆଲୋଚନା କରାଯାଉଛି ।
ରାଜ୍ୟରେ ହେବ ୬ ନୂଆ ବୟନ ପା
Prev Post