ଭୁବନେଶ୍ୱର, 23/7: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ରୂପା ରୋଶନ ସାହୁ ଓଡ଼ିଶା ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଭାବେ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ସେ ଦକ୍ଷିଣାଂଚଳ ରାଜସ୍ୱ କମିଶନର ଭାବେ ଅବସ୍ଥାପିତ ଥିଲେ । ୨୦୦୬ ମସିହା ଆଇଏଏସ୍ ବ୍ୟାଚର ଅଧିକାରୀ ଶ୍ରୀମତୀ ସାହୁ ପ୍ରଶାସନିକ ସେବା ଜୀବନର ଆରମ୍ଭରୁ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି ।