ଶିଶୁ ଯୌନ ଅପରାଧ ସୁରକ୍ଷା ଓ ନାବାଳକ ନ୍ୟାୟ କୁ ନେଇ ସଚେତନତା କାର୍ଯ୍ୟକ୍ରମ

0 57
ଆଠମଲ୍ଲିକ,:  ଆଠମଲ୍ଲିକ ତାଲୁକ ଆଇନ ସେବା କମିଟି ପକ୍ଷରୁ ଗୁରୁବାର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଆୟୋଜିତ ଶିଶୁ ଯୌନ ଅପରାଧ ସୁରକ୍ଷା ଓ ନାବାଳକ ନ୍ୟାୟ ବିଷୟରେ ଛାତ୍ରଛାତ୍ରୀ ଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଠମଲ୍ଲିକ ଜିଲ୍ଲା ଓ ଦୌରାଜଜ ରଞ୍ଜନ କୁମାର ସୁତାର ଙ୍କ ତତ୍ତ୍ଵବଧାନ ରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମ ରେ ଏସଡିଜେଏମ ସିଙ୍କୁନ ରାୟ, ଅତିରିକ୍ତ ପବ୍ଲିକ ପ୍ରସିକ୍ଵିଟର ଅସିତ ରଞ୍ଜନ ଦେଓ, ଓକିଲସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର, କ୍ରିମିନାଲ ବାର ସମ୍ପାଦକ ସୁଧାଂଶୁ ଶେଖର ବେହେରାଙ୍କ ସମେତ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଗୁରୁଜୀ ଗୁରୁମା, ବିଦ୍ୟାଳୟ ର ଅଧ୍ୟକ୍ଷ ଆଦିତ୍ୟ କୁମାର ସାହୁ ଓ ପରିଚାଳନା କମିଟି ର ଅନ୍ୟ କର୍ମକତ୍ତା ଉପସ୍ଥିତ ଥିଲେ l ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ଶିଶୁ ଯୌନ ଅପରାଧ କଣ ଓ କିପରି ଘଟେ, ତାହାର କିଭଳି ସୁରକ୍ଷା ହୋଇପାରିବ, ଯୌନ ଶୋଷଣ ର ଶିକାର ହେଲେ କି କି ପଦକ୍ଷେପ ନେବ, କ୍ଷତିପୂରଣ କଣ ଓ କିପରି ମିଳିବ ଏବଂ ଯୌନ ଶୋଷଣ ର ଶିକାର ହୋଇଥିବା ନାବାଳକମାନେ (ଉଭୟ ପୁଅ ଓ ଝିଅ) କିଭଳି ଆଇନ ଅନୁଯାଇ ନ୍ୟାୟ ପାଇପାରିବେ ସେନେଇ ଜିଲ୍ଲା ଓ ଦୌରାଜଜ ଶ୍ରୀ ସୁତାର ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ କହିଥିଲେ l ଏଭଳିକି ଯୌନ ଶୋଷଣ ର ଶିକାର ହେଉଥିବା ଛାତ୍ରଛାତ୍ରୀ ମାନେ କୌଣସି କଥାକୁ ନଲୁଚାଇ ଅଭିଭାବକ ଙ୍କ ଦୃଷ୍ଟି କୁ ଆଣିବା ଆବଶ୍ୟକ ବୋଲି କହିଥିଲେ l ଛାତ୍ରଛାତ୍ରୀମାନେ ବ୍ୟବହାର କରୁଥିବା ମୋବାଇଲ ଫୋନ ରେ ଆସୁଥିବା ଖରାପ ଜିନିଷ ଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ l ବିଦ୍ୟାଳୟ ରେ ଅଭିଭାବକ ମାନଙ୍କୁ ମଧ୍ୟ ଏହି ଆଇନଗୁଡିକ ସମ୍ପର୍କ ରେ ସଚେତନ କରାଇବାକୁ ବିଦ୍ୟାଳୟର ଅଧ୍ୟକ୍ଷ ଙ୍କୁ ପରାମର୍ଶ ଦେଇଥିଲେ l ସେହିଭଳି ଛାତ୍ରଛାତ୍ରୀମାନେ ନିଜର କୌଣସି ଫଟୋ ମୋବାଇଲ ରେ ଅପଲୋଡ଼ ନକରିବାକୁ ପରାମର୍ଶ ଦେଇ ପୋକସୋ ଆଇନ ଓ ଜୁଭେନାଇଲ ଜଷ୍ଟିସ ବିଷୟରେ ଏସ୍ଡ଼ିଜେଏମ ଶ୍ରୀମତୀ ରାୟ ଛାତ୍ରଛାତ୍ରୀମାନଙ୍କୁ ସମ୍ୟକ ସୂଚନା ଦେଇଥିଲେ l ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ଦାଶ ଅତିଥି ପରିଚୟ କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ l
Leave A Reply

Your email address will not be published.