ଶ୍ରମିକମାନଙ୍କ ପେଟ ପାଟଣା ସହିତ ଖେଳ ଖେଳୁଛି କମ୍ପାନୀ

0 42

ପାରାଦୀପ, : ଶ୍ରମିକମାନଙ୍କ ପେଟ ପାଟଣା ସହିତ ଖେଳ ଖେଳୁଛି ପିପିଏଲ କମ୍ପାନୀ । ବିନା କାରଣରେ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ କରାଯାଉଛି ଛଟେଇ । ଯାହାକୁ ନେଇ ବିନା କାରଣରେ ଛଟେଇ ହୋଇଥିବା ଶ୍ରମିକମାନେ ବିଗତ ଦିନରେ ପାରାଦୀପ ଅତିରିକ୍ତ ଜିଲ୍ଲପାଳଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଏଥିନେଇ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ନେଇ ଶ୍ରମିକମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଦେଇଥିବା ପ୍ରତିଶ୍ରୁତିର ସମୟ ବିତିଗଲା ପରେ ଶୁକ୍ରବାର ଛଟେଇର ଶିକାର ହୋଇଥିବା ଶ୍ରମିକମାନେ ନ୍ୟାୟଭିକ୍ଷାରେ ଏଡିଏମ ଅଫିସ ସମ୍ମୁଖରେ ବସି ରହିଛନ୍ତି । ଶ୍ରମିକମାନଙ୍କ ଅଭିଯୋଗ ଅନୁଯାଇ ବିଗତ ଦିନରେ ବର୍ଷ ବର୍ଷ ଧରି ପିପିଏଲ କମ୍ପାନୀର ଏକ ଠିକାସଂସ୍ଥା ଅଧୀନରେ ମେଣ୍ଟେନାନ୍ସ କର୍ମଚାରୀ ଭାବରେ ଉକ୍ତ ଶ୍ରମିକମାନେ କାର୍ଯ୍ୟ କରି ଆସୁଥିଲେ । ତେବେ ଦୁଇମାସ ତଳେ ହଠାତ କୌଣସି କାରଣ ନ ଥାଇ ଠିକାସଂସ୍ଥା ଉକ୍ତ ଶ୍ରମିକମାନଙ୍କୁ ବିନା କାରଣରେ ଛଟେଇ କରିଦେବା ପରେ ଶ୍ରମିକମାନେ ଏଡିଏମଙ୍କ ଦ୍ୱାରସ୍ଥ ହେବାପରେ ଏଡିଏମ ଦେଇଥିବା ଦୁଇମାସର ଅବଧି ସରିବାପରେ ନିଜ ପେଟ ପାଟଣାକୁ ନେଇ ଶ୍ରମିକମାନେ ନିଜର ନ୍ୟାର୍ଯ୍ୟଦାବି ଏବଂ ନ୍ୟାୟ ପାଇଁ ଅତିରିକ୍ତ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିବା ସହିତ ଅତିରିକ୍ତ ଜିଲ୍ଲପାଳଙ୍କୁ ନିଜର ପ୍ରାପ୍ୟ ପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.