ସଡକ ଦୁର୍ଘଟଣାରେ ନବନିବାହିତ ଦମ୍ପତି ସମେତ ୫ ଜଣଙ୍କ ମୃତ୍ୟୁ

0 92

ଜୟପୁର, : ରାଜସ୍ଥାନର ଜୟପୁର ଗ୍ରାମାଞ୍ଚଳର ରାୟସର ଥାନା ଅଞ୍ଚଳରେ ଆଜି ସକାଳେ ହୋଇଥିବା ସଡକ ଦୁର୍ଘଟଣାରେ ନବବିବାହିତ ଦମ୍ପତିଙ୍କ ସମେତ ପାଞ୍ଚଜଣଙ୍କ ମୃତ୍ୟ ଘଟିଛି । ଦୁର୍ଘଟଣାରେ ଅନ୍ୟ ଛଅଜଣ ବାରାତି ଗୁରୁତର ଭାବରେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଦୌସା -ମନୋହରପୁର ଜାତୀୟ ରାଜପଥ (ଏନଏଚ (୧୪୮)ର ଭଟକାବାସ ଗ୍ରାମ ନିକଟରେ ସକାଳ ପ୍ରାୟ ୬:୧୦ ସମୟରେ ହୋଇଥିଲା । ପୋଲିସ ଅନୁସାରେ ଦ୍ରୁତ ଗତି ଟ୍ରକ(କ୍ୟାଣ୍ଟର) ଏବଂ ଜିପ (ତୁଫାନ) ମୁହାଁମୁହିଁ ଧକ୍କା ହୋଇଛି । ଧକ୍କା ଏତେ ଜୋରଦାର ଥିଲା ଯେ ଜିପଟି
ଖଣ୍ଡଖଣ୍ଡ ହୋଇଥିଲା ଏବଂ ମୃତଦେହଗୁଡିକ ଗାଡି ଭିତରେ ଗଭୀର ଭାବରେ ଫସି ରହିଥିଲା । ପୋଲିସ ଅଧୀକ୍ଷକ (ଜୟପୁର ଗ୍ରାମୀଣ) ଆନନ୍ଦ ଶର୍ମାଙ୍କ ଅନୁସାରେ, ଦୁର୍ଘଟଣାରେ ପାଞ୍ଚଜଣଙ୍କ ମୃତ୍ୟୁ ହୋଇଛି ।ରାୟସର ଥାନାଧିକାରୀ ରଘୁବୀର କହିଛନ୍ତି ଯେ ଜିପରେ ମଧ୍ୟପ୍ରଦେଶରୁ ଫେରୁଥିବା ପ୍ରାୟ ୧୪ରୁ ୧୫ ବାରାତୀ ଥିଲେ । ସେମାନଙ୍କ ମଧ୍ୟରେ ନବବିବାହିତ ଦମ୍ପତି, ପରିବାର ସଦସ୍ୟ ଏବଂ ସମ୍ପର୍କୀୟ ଥିଲେ । ଅଧିକାଂଶ ଯାତ୍ରୀ ଦୁର୍ଘଟଣା ସମୟରେ ଶୋଇ ପଡିଥିଲେ । ଧକ୍କା ପରେ ରାଜପଥରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ଏବଂ ଲମ୍ବା ଜାମ ହୋଇଥିଲା । ସୁଚନା ପାଇବା ପରେ ପୋଲିସ ପହଁଞ୍ଚି ଆହତଙ୍କୁ ତୁରନ୍ତ ନିମ୍ସ ହସ୍ପିଟାଲ, ଜୟପୁର ପଠାଇଥିଲା । ସେଠାରେ ଆହତ ମାନଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.