ସବୁଥିରୁ ବଞ୍ଚିତ ଯୋଡ଼ା ମୁନିସିପାଲିଟି ୱାର୍ଡବାସୀ

Deprived of all Facilities Residents of Joda Municipal Ward

0 149

କେନ୍ଦୁଝର, : କେନ୍ଦୁଝର ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାବେଳେ ଖଣି ଖାଦାନରେ ପରିପୂର୍ଣ୍ଣ । ଏହି ଜିଲ୍ଲା ସାରା ଭାରତ ବର୍ଷରେ ଧନୀକ ଜିଲ୍ଲା ଭାବେ ପରିଗଣିତ ହୋଇଥାଏ କିନ୍ତୁ ବାସ୍ତବପକ୍ଷେ ଏଠିକାର ଲୋକେ ମୌଳିକ ସୁବିଧାରୁ ବଂଚିତ ହୋଇ ଆସୁଛନ୍ତି । ସ୍ୱାଧିନତାର ବହୁ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ବି ଲୋକେ ଅବହେଳିତ, ନିଷ୍ପେସିତ । ଯୋଡ଼ା ଖଣି ଅଞ୍ଚଳ ପାଇଁ ଦେଶ ବିଦେଶରେ ପରିଚିତ ହୋଇଥିବା ବେଳେ ଏଠିକାର ଲୋକେ ଦୟନୀୟ ଭାବେ ଜୀବନ ନିର୍ବାହ କରୁଛନ୍ତି । ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଯୋଡ଼ା ମୁନିସିପାଲିଟି ଅନ୍ତର୍ଗତ ୧୧, ୧୨ ଓ ୧୩ ନମ୍ବର ୱାର୍ଡବାସୀ କର୍ମ ନିଯୁକ୍ତି ଓ ମୌଳିକ ସୁବିଧା ଗୁଡିକ ପାଇବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶଯେ ଉକ୍ତ ୱାର୍ଡରେ ପ୍ରାୟ ପାଖାପାଖି ୪ହଜାର ଆଦିବାସୀ ଶ୍ରେଣୀର ଲୋକ ବସବାସ କରୁଛନ୍ତି । ଦୁର୍ଭାଗ୍ୟର ବିଷୟ ସାଧାରଣ ମୌଳିକ ସୁବିଧାରୁ ଏମାନେ ବଞ୍ଚିତ ଅଛନ୍ତି । ଓଡ଼ିଶା ଖଣି ନିଗମ, ଟାଟା ଆଦି ଖଣି ଉକ୍ତ ୱାର୍ଡରେ ଥିଲେ ମଧ୍ୟ କୌଣସି ଉନ୍ନତି ମୂଳକ କାମ ଆଜି ପର୍ଯ୍ୟନ୍ତ ହୋଇ ପାରି ନାହିଁ । । କମ୍ପାନୀ ଗୁଡ଼ିକ ଜମି ବାଡିରେ ଖୁଣ୍ଟି, ପୋଲ, ପାଇପ ଆଦି ନିଜ ସ୍ୱାର୍ଥ ସାଧନ ପାଇଁ ନେଉଥିବା ବେଳେ କର୍ମ ସଂସ୍ଥାନ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇ ସମୟ ଗଡେ଼ଇ ଚାଲିଛନ୍ତି । କମ୍ପାନୀର ଗାଡ଼ି ମୋଟର ଓ ଖଣି କାର୍ଯ୍ୟ ଅବିରତ ଚାଲୁଥିବାରୁ ଧୂଳି ଧୁଆରେ ଘର ଦ୍ୱାରା ଚାରି ପଟେ ପରିପୂର୍ଣ୍ଣ ହୋଇ ଯାଉଛି । ଯାହା ଫଳରେ ଜଳ ବାହୀତ, ବାୟୁ ବାହୀତ ଓ ବିଭିନ୍ନ ଜଟିଳ ରୋଗ ବହୁସମୟରେ ୱାର୍ଡରେ ଦେଖା ଯାଉଛି । ରାସ୍ତା ଘାଟ ଖାଲ ଖୋମାରେ ପରିପୂର୍ଣ୍ଣ ହୋଇ ଯାଇଥିବା ବେଳେ ଲୋକ ମାନଙ୍କ ପକ୍ଷେ ଗମନାଗମନ କରିବା କଷ୍ଟକର ହୋଇ ପଡୁଛି । ବିଶୁଦ୍ଧ ପିଇବା ପାଣି ଟିକକ ପାଇବା ଏଠି ସାତସପନ ହୋଇ ପଡ଼ିଛି । ଅସ୍ୱାସ୍ଥ୍ୟକର ପରିବେଶରେ ନିରୀହ ଗରୀବ ଲୋକ ବସବାସ କରି ପାଇଁ ସଂଗ୍ରାମ ଜାରି ରଖିଛନ୍ତି । ସଚେତନତା ଅଭାବରୁ ୱାର୍ଡବାସୀ ଶିକ୍ଷା କ୍ଷେତ୍ରରେ ବହୁ ପଛରେ । ନିଜ ୱାର୍ଡରେ ଖଣି ଖାଦାନ ଭରପୁର ହୋଇଥିଲେ ମଧ୍ୟ କାମଧନ୍ଦା ନପାଇ ଓଳିଏ ଖାଇ ଓଳିଏ ଉପବାସରେ ଦିନ ବିତୁଥିବା ବେଳେ ନିଜର ଜୀବିକା ନିର୍ବାହ ପାଇଁ ଦାଦନ ଖଟିବାକୁ ସବୁଦିନ ଛାଡ଼ି ରାଜ୍ୟ ବାହାରକୁ ପଳେଇ ଯାଉଥିବା ଦେଖିବାକୁ ମିଳିଛି । ଉକ୍ତ ଖଣି ଗୁଡିକରେ ଅଣ ଓଡ଼ିଆ, ଜିଲ୍ଲା ଓ ରାଜ୍ୟ ବାହାରର କର୍ମଚାରୀ ବିଭିନ୍ନ କାର୍ଯ୍ୟ କରୁଥିବା ବେଳେ ଉକ୍ତ ୱାର୍ଡବାସୀଙ୍କୁ କାମଧନ୍ଦା ନଦେବା, ଅଣଦେଖା କରିବା ଦୁଃଖ ଓ ପରିତାପର ବିଷୟ । ୱାର୍ଡବାସୀଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବା ସହିତ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ୱାର୍ଡବାସୀ ଜିଲ୍ଲାପାଳଙ୍କ ଠାରେ ଦାବି ହୋଇଛି ।

Leave A Reply

Your email address will not be published.