ସମାଜସେବୀ ଙ୍କୁ ଡକ୍ଟରେଟ ଉପାଧି।

0 51
ଆଠମଲ୍ଲିକ, ନୂଆଦିଲ୍ଲୀ ସ୍ଥିତ ‘ଇଣ୍ଟିଗ୍ରେଟେଡ୍ ଗ୍ଲୋବାଲ୍ ୟୁନିଭରସିଟି’ ସମାଜପକ୍ଷରୁ ସେବା ପାଇଁ ଅନୁଗୋଳ ତଥା ଆଠମଲ୍ଲିକ ମାଟିର ସୁପୁତ୍ର ତଥା ଅନୁଗୋଳ ଜିଲ୍ଲା ବିଜେପି ଉପ ସଭାପତି ଏବଂ ସମାଜସେବୀ ଶ୍ରୀଯୁକ୍ତ ଅର୍ଜୁନ କୁମାର ସାହୁ ଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି । ଏହି ଉପାଧି ସମାଜରେ ଥିବା ସବୁ ପ୍ରକାରର ପଛୁଆ ବର୍ଗ ଓ ଆଗକୁ ଆସିବାକୁ ଚେଷ୍ଟାରତ ଯୁବବର୍ଗଙ୍କ ପ୍ରତି ତାଙ୍କ ଦ୍ଵାୟୀତ୍ଵକୁ ଆହୁରି ବଢାଇଛି ବୋଲି ସେ କହିଛନ୍ତି। ସୂଚନା ଯୋଗ୍ୟ ଯେ, ସେ ଦୀର୍ଘ ବର୍ଷ ଧରି ସକ୍ଷମ ଟ୍ରଷ୍ଟ ଦ୍ଵାରା ସମାଜର ଅବହେଳିତ , ନିଷ୍ପେସିତ ଗରିବ ଲୋକଙ୍କ ପାଇଁ କାର୍ଯ୍ୟ କରିଆସୁଛନ୍ତି। ଗତ କରୋନା ସମୟରେ ସେ ପୀଡିତ ମାନଙ୍କ ସେବା ଯତ୍ନ କରି ଓଡ଼ିଶା ସରକାର ଙ୍କ ଦ୍ଵାରା କାରୋନା ଯୋଦ୍ଧା ଭାବେ ସମ୍ମାନିତ ହୋଇଥିଲେ। ଏହି ଖବର ପାଇ ଆଠମଲ୍ଲିକ ବାସୀ ଆନନ୍ଦିତ ହେବା ସହ ସମ୍ବର୍ଦ୍ଧନା ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଅର୍ଜୁନ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Leave A Reply

Your email address will not be published.