ସହର ଓ ଗାଁ ଭିତରେ ରହିବନି ଫରକ

There is no difference between living in a city and a village

0 154

ଭୁବନେଶ୍ୱର, : ବିକାଶ ଯାତ୍ରାରେ ସାମିଲ ହୋଇଛି ରାଜ୍ୟର ସବୁ ପଞ୍ଚାୟତ । ଡିଜିଟାଲ ସଂଯୋଗ ସହିତ ଜଗନ୍ନାଥ ସଂସ୍କୃତିର ସମନ୍ୱୟରେ ସଶକ୍ତ ଓଡ଼ିଶାର ମାର୍ଗକୁ ପ୍ରଶସ୍ତ କରିଛି “ଆମ ଓଡ଼ିଶା ନବୀନ ଓଡ଼ିଶା’ । ଗ୍ରାମୀଣ ଭିତ୍ତିଭୂମିର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନବ ଯୋଜନା ହୋଇଛି ସଫଳ । ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ପ୍ରତିବଦ୍ଧତା ଓ ଓଡ଼ିଶାବାସୀଙ୍କ ସହଯୋଗରେ ଲକ୍ଷ୍ୟ ପୂରଣ ହେଉଛି । ଲୋକଙ୍କ ମତ ଅନୁସାରେ ବିଭିନ୍ନ ପ୍ରକଳ୍ପ ପାଇଁ ପଞ୍ଚାୟତକୁ ମଞ୍ଜୁର ହୋଇଛି ଅର୍ଥ । ୩୦ ଜିଲ୍ଲାର ଲୋକ ଲାଭ ପାଇବେ । ଆମ ଓଡ଼ିଶା ନବୀନ ଓଡ଼ିଶା ଦେଶ ପାଇଁ ସାଜିଛି ମଡେଲ । ୧୩ ଦିନରେ ୩୦ ଜିଲ୍ଲା । ସାମିଲ ହେଲେ ଲକ୍ଷ ଲକ୍ଷ ଲୋକ । ଡିଜିଟାଲ ଭିତ୍ତିଭୂମି ବିକାଶରେ ପୂରଣ ହେଉଛି ସଶକ୍ତ ଗ୍ରାମୀଣ ସ୍ୱପ୍ନ ୟ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ପୂରା ଓଡ଼ିଶା ଦେଲା ଧନ୍ୟବାଦ । ଲୋକଙ୍କ ମତାମତରେ ମଞ୍ଜୁର ହେଲା ପ୍ରକଳ୍ପ । ସାରା ରାଜ୍ୟରେ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୩ ହଜାର ୩୯୭ କୋଟି ଟଙ୍କା । ଡିଜିଟାଲ ଭିତ୍ତିଭୂମିର ବିକାଶ ସହ ଧାର୍ମିକ ପୀଠ ଓ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ନୂଆରୂପ ନେଇ ବିକାଶ ପଥରେ ଆଗକୁ ଯିବ । ଗାଁ ଓ ସହର ଭିତରେ ଆଉ ଫରକ ରହିବନି । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଆଧୁନିକ ଗାଁର ବିକାଶ ଭିତ୍ତିଭୂମି ପରିକଳ୍ପନା ବାସ୍ତବ ରୂପ ନେଉଛି । ବିକାଶ ପାଇଁ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ମିଳିବ । ସଶକ୍ତ ଓଡ଼ିଶା ଗଠନର ମାର୍ଗକୁ ଆମ ଓଡ଼ିଶା ନବୀନ ଓଡ଼ିଶା କରିବ ପ୍ରଶସ୍ତ । ଯାହାକୁ ନେଇ ପୂରା ଓଡ଼ିଶାରେ ଉତ୍ସାହ ଦେଖାଦେଇଛି । ୬ ମାସ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସବୁ ଜିଲ୍ଲା ଗସ୍ତ କରି ଲୋକଙ୍କ ମତାମତ ନେଇଥିଲା । ତାକୁ ଆଧାର କରି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସମସ୍ତଙ୍କ ପାଖରେ ପହଞ୍ଚିଛି ବିକାଶ । ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ଅଧିକ ସଦୃଢ଼ କରିଛି ଆମ ଓଡ଼ିଶା ନବୀନ ଓଡ଼ିଶା । ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ର•ର ଓ ପ୍ରସାର ସହ ଓଡ଼ିଶାର କଳା ସଂସ୍କୃତିକୁ ଫୋକସ୍‌ କରାଯାଇଛି । ସମସ୍ତଙ୍କ
ପାଖରେ ବିକାଶର ଗ୍ୟାରେଣ୍ଟି ପହଞ୍ଚାଇବାରେ ଏହି ଯୋଜନା ମଡେଲ ସାଜିଛି ବୋଲି କହିଛନ୍ତି ବିଜେଡି ସାଂସଦ ଶର୍ମିଷ୍ଠା ସେଠୀ । ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୂପାନ୍ତରଣ ଓଡ଼ିଶା ସ୍ୱପ୍ନକୁ ସାକାର କରୁଛି । ଓଡ଼ିଶାର ବିକାଶ ଯାତ୍ରାରେ ଭାଗୀଦାର ହୋଇଛି ଆମ ଓଡ଼ିଶା ନବୀନ ଓଡ଼ିଶା । ଖୁବଶୀଘ୍ର ସ୍ୱଚ୍ଛତାର ସହ ଗାଁ ଗାଁରେ ବିକାଶ କାର୍ଯ୍ୟ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ସ୍ୱପ୍ନ ପୂରା ଦେଶ ପାଇଁ ବିକାଶ ଯାତ୍ରାର ମଡେଲ ହୋଇଛି । ଯାହାକୁ ନେଇ ସବୁଆଡେ଼ ଚର୍ଚ୍ଚା ।

Leave A Reply

Your email address will not be published.