ନୂଆଦିଲ୍ଲୀ,: ଘରୋଇ ସୁନା ବଜାରରେ ଆଜି ସୁନା ମୂଲ୍ୟରେ ଏକ ବଡ଼ ହ୍ରାସ ଘଟିଛି । ସୁନା ଆଜି ୧,୪୫୦ ଟଙ୍କାରୁ ୧,୫୯୦ ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ୟନ୍ତ ପୁଣି ଥରେ ଏକ ଲକ୍ଷ ଟଙ୍କାସ୍ତରରେ ହ୍ରାସ ପାଇଛି ।ତଥାପିଆଜି ରୂପା ମୂଲ୍ୟରେ ଆଜି ୧୦୦ ଟଙ୍କା ପ୍ରତି ଲୋଗ୍ରାମର ସାମାନ୍ୟ ହ୍ରାସ ରେକର୍ଡ ହୋଇଛି । ମୂଲ୍ୟ ହ୍ରାସ ଯୋଗୁଁଆଜି ଦେଶର ଅଧିକାଂଶ ସୁନା ବଜାରରେ ୨୪ କ୍ୟାରେଟ୍ ସୁନା ୯୯,୭୬୦ ଟଙ୍କାରୁ ନେଇ ୯୯,୯୧୦ ଟଙ୍କା ପ୍ରତି ୧୦ ଗ୍ରାମ ସ୍ତରରେ କାରବାର କରୁଛି । ସେହିପରି, ୨୨ କ୍ୟାରେଟ୍ ସୁନା ମଧ୍ୟ ଆଜି ୯୧,୪୫୦ ଟଙ୍କାରୁ ନେଇ ୯୧,୬୦୦ ଟଙ୍କା ପ୍ରତି ୧୦ ଗ୍ରାମ ମଧ୍ୟରେ ବିକ୍ରି ହେଉଛି । ରୂପାର ମୂଲ୍ୟରେ ସାମାନ୍ୟ ହ୍ରାସ ଯୋଗୁଁଚମକଦାର ଧାତୁଦିଲ୍ଲୀ ସୁନା ବଜାରରେ ଆଜି ୧,୧୨,୯୦୦ ଟଙ୍କା ପ୍ରତି କିଲୋଗ୍ରାମ ସ୍ତରରେ ବିକ୍ରି ହେଉଛି ।ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଆଜି ୯୯,୯୧୦ ଟଙ୍କା ପ୍ରତି ୧୦ ଗ୍ରାମ ସ୍ତରରେ କାରବାର ହେଉଛି, ଯେତେବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୧,୬୦୦ ଟଙ୍କା ପ୍ରତି ୧୦ ଗ୍ରାମ ପିଛା ରେକର୍ଡ କରାଯାଇଛି । ସେହିପରି ଦେଶର ଆର୍ôଥକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୯୯,୭୬୦ ଟଙ୍କା ପ୍ରତି ୧୦ ଗ୍ରାମ ଏବଂ ୨୨ କ୍ୟାରେଟ୍ ସୁନା ୯୧,୪୫୦ ଟଙ୍କା ପ୍ରତି ୧୦ ଗ୍ରାମ ସ୍ତରରେ ବିକ୍ରି ହେଉଛି ।