ସେଲ୍ଫି ନେବାରୁ ଫ୍ୟାନ୍‌ଙ୍କୁ ଗାଳି ଦେବା ସହ ଧକ୍କା ଦେଲେ

Fan scolded and pushed for taking selfie

0 45

ନୂଆଦିଲ୍ଲୀ,: ରାଗରେ ତମ ତମ ହୋଇଗଲେ । ଖାଲି ସେତିକି ନୁହେଁ ଜଣେ ଫ୍ୟାନ୍‌ଙ୍କୁ ଗାଳି ଦେବା ସହ ଧକ୍କା ମାରିଲେ । ପ୍ରଶଂସକ ଜଣକ କେବଳ ତାଙ୍କ ପସନ୍ଦର ଅଭିନେତ୍ରୀଙ୍କ ସହ ଫୋଟଟିଏ ଉଠାଇବାକୁ ଚାହିଁଥିଲେ । ଏତିକି କଥାରେ ରାଗି ଗଲେ ସମାଜବାଦୀ ପାର୍ଟି ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ । ପୁଣି ନିଜର କ୍ରୋଧକୁ ନେଇ ଚର୍ଚ୍ଚାରେ ଜୟା । ନୂଆଦିଲ୍ଲୀର ସମ୍ବିଧାନ କ୍ଲବରେ ଜଣେ ଫ୍ୟାନ୍ ଜୟାଙ୍କ ସହ ସେଲ୍ଫି ନେବାକୁ ଚେଷ୍ଟା କରୁଥିଲେ । ଏହା ଦେଖି ଜୟା ନିଜର କ୍ରୋଧକୁ ଅଟକାଇ ପାରିଲେ ନାହିଁ । ବ୍ୟକ୍ତି ଜଣଙ୍କୁ ସେ ଧକ୍କା ଦେବା ସହିତ ଗାଳି ଦେଲେ । ଜୟାଙ୍କ ବ୍ୟବହାର ଦେଖି ସେଠାରେ ଉପସ୍ଥିତ ଲୋକେ ଚକିତ ହୋଇଯାଇଥିଲେ । ସୋସିଆଲ ମିଡିଆରେ ଏହି ଘଟଣାର ଦୃଶ୍ୟ ଭାଇରାଲ ହେବା ପରେ ଜୟାଙ୍କୁ ଲୋକେ ଖୁବ୍‌ ସମାଲୋଚନା କରୁଛନ୍ତି । ଭାଇରାଲ ଭିଡିଓରେ ଜୟା ଲାଲ୍ ରଙ୍ଗର ଶାଢି ସହିତ ଲାଲ୍ ରଙ୍ଗର ସମାଜବାଦୀ ପାର୍ଟିର ଟୋପି ପିନ୍ଧିଛନ୍ତି । କ୍ଲବରେ ସେ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ପାଖକୁ ଯାଇ ସେଲ୍ଫି ନେବାକୁ ଚେଷ୍ଟା କଲେ । ଏତିକିରେ ଜୟା ନିଜ ଉପରୁ ନିୟନ୍ତ୍ରଣ ହରାଇଦେଲେ ଏବଂ ବ୍ୟକ୍ତିଙ୍କୁ ଧକ୍କା ମାରିଲେ । କହିଲେ \”କ\’ଣ କରୁଛନ୍ତି ଆପଣ? ଏ କ\’ଣ?\’ ଏହା ଶୁଣି ବ୍ୟକ୍ତି ଲଜ୍ଜିତ ଅନୁଭବ କଲେ ଏବଂ ତଳକୁ ମୁଣ୍ଡ ନୁଆଁଇଦେଲେ । ଭିଡିଓରେ ତାଙ୍କର ସାଥୀ ସାଂସଦ ଓ ଶିବସେନା (ୟୁଟିବି) ନେତା ପ୍ରିୟଙ୍କା ଚତୁର୍ବେଦୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଜୟା ବ୍ୟକ୍ତିଙ୍କୁ ଧକ୍କା ଦେବା ମାତ୍ରେ ପ୍ରିୟଙ୍କା ଏଣେତେଣେ ଚାହିଁଲେ ଏବଂ କ୍ଲବ୍ ଭିତରକୁ ଚାଲିଗଲେ । ତେବେ ଏବେ ଏ ମାମଲାରେ ଏଣ୍ଟ୍ରି କରିଛନ୍ତି ହିମାଚଳପ୍ରଦେଶର ମଣ୍ଡି ସାଂସଦ କଙ୍ଗନା ରଣାୱତ । ଜୟାଙ୍କର ଏଭଳି ବ୍ୟବହାରକୁ ସେ ଲଜ୍ଜାଜନକ ବୋଲି କହିଛନ୍ତି । ନିଜ ଇନ୍‌ଷ୍ଟା ଷ୍ଟୋରୀରେ ଭିଡିଓ ଶେୟାର କରି ସେ କ୍ୟାପ୍ସନ ଲେଖିଛନ୍ତି \”ସବୁଠୁ ଖରାପ ଓ ସୁବିଧାବାଦୀ ମହିଳା । ଲୋକେ ତାଙ୍କ ନଖରାମି ଓ ଖରାପ ବ୍ୟବହାରକୁ ସହ୍ୟ କରୁଛନ୍ତି, କାରଣ ସେ ଅମିତାଭ ବଚ୍ଚନଙ୍କ ପତ୍ନୀ । ତାଙ୍କ ମୁଣ୍ଡରେ ସମାଜବାଦୀ ଟୋପି ଗଞ୍ଜାର ମୁକୁଟ ଭଳି ଦିଶୁଛି । ସେ ନିଜେ ଲଢେଇ କରୁଥିବା କୁକୁଡ଼ା ଭଳି ଦିଶୁଛନ୍ତି । କେତେ ଅପମାନଜନକ ଓ ଲଜ୍ଜାଜନକ କଥା ।\’ ତେବେ ପ୍ରଥମ ଥର କଙ୍ଗନା ଜୟା ବଚ୍ଚନଙ୍କ ବିଷୟରେ ଏଭଳି ବୟାନ ଦେଇନାହାନ୍ତି । ୨୦୨୦ରେ ଜୟା କଙ୍ଗନାଙ୍କ ଟିପ୍ପଣୀକୁ ନିନ୍ଦା କରିଥିଲେ, ଯେଉଁଥିରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ
ଦୁର୍ଗନ୍ଧଯୁକ୍ତ ନାଳ ସହ ତୁଳନା କରିଥିଲେ । କଙ୍ଗନା ଏହାର କଡ଼ା ଜବାବ ଦେଇଥିଲେ ।

Leave A Reply

Your email address will not be published.