ପୁରୀ, ୫ା୬: ଆସନ୍ତା ଜୁନ ୧୧ରେ ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡ଼ି ସ୍ନାନ ବେଦୀକୁ ଆସିବେ ଚତୁର୍ଦ୍ଧାମୂର୍ତ୍ତି । ସ୍ନାନଯାତ୍ରାକୁ ଶୃଙ୍ଖଳିତ ପରି·ଳନା ପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛି । କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର ଗୁରୁବାର ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ସ୍ନାନଯାତ୍ରାରେ ଭକ୍ତଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ସୁପରି·ଳା ଓ ପାର୍କିଂ ଭଳି ସମସ୍ତ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ । ବୈଠକରେ ପୁରୀ ଏସପି ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଯୋଗଦେଇଥିଲେ । ସ୍ନାନଯାତ୍ରା ପାଇଁ ସୁରକ୍ଷା ଦାୟିତ୍ୱରେ ୪ ଜଣ ଏସପି, ୪୫୦ ପୋଲିସ ଅଫିସରଙ୍କ ସହିତ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ଆଇଜି ଗଣମାଧ୍ୟମକୁ କହିଛନ୍ତି । ଚଳିତ ବର୍ଷ ଏଆଇ ମାଧ୍ୟମରେ ଭିଡ଼ ନିୟନ୍ତ୍ରଣ ହେବ ବୋଲି ସେ ସୂଚନା ଦେଇଛନ୍ତି । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ ଖୋଲାଯିବ ବୋଲି ଆଇଜି କହିଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ·ରୋଟି ନିଯୋଗ ସହିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଭଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ ସମ୍ପର୍କରେ ମୁଖ୍ୟତଃ ଆଲୋଚନା କରାଯାଇଛି । ଠାକୁରଙ୍କ ପହଣ୍ଡି, ଜଳଲାଗି, ହାତୀବେଶ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ସ୍ନାନ ମଣ୍ଡପରେ ସିସିଟିଭି କ୍ୟାମେରା ସହିତ ଖୁବ୍ କମ୍ ସମୟରେ କିଭଳି ଅଧିକ ଭକ୍ତ ଠାକୁରଙ୍କୁ ଦର୍ଶନ କରିପାରିବେ ସେନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଠାକୁରଙ୍କ ପହଣ୍ଡି ଦର୍ଶନ ପାଇଁ ତିନି ହଜାର ଟିକେଟ ବ୍ୟବସ୍ଥା କରାଯାଇଥିବା ବେଳେ ଟିକେଟ ମୂଲ୍ୟ ୧୫୦ ଟଙ୍କା ରଖାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଛି । ବିଶେଷ କରି ପ୍ରବଳ ଖରା ଯୋଗୁ ଭକ୍ତମାନେ ଯେଭଳି କଲବଲ ନହୁଅନ୍ତି ସେନେଇ ଶ୍ରୀମନ୍ଦିର ସମ୍ମୁଖରେ ସେଡ୍ ବ୍ୟବସ୍ଥା, ପାନୀୟ ଜଳ ଓ ଫ୍ୟାନ୍ ସହିତ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ । ବର୍ଷା ହେଲେ ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।