୧୦ ବର୍ଷରେ ଅର୍ଥନୀତି ତିନି ଗୁଣା ବୃଦ୍ଧ

0 72

ନୂଆଦିଲ୍ଲୀ: ଏକ ଦଶନ୍ଧି ମଧ୍ୟରେ ଭାରତୀୟ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଘଟିଛି । ୨୦୧୪-୧୫ ପରଠାରୁ ତାହା ତିନି ଗୁଣା ବଡ଼ ହୋଇଛି । ସରକାରୀ ତଥ୍ୟ ଅନୁସାରେ ୨୦୧୪-୧୫ରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ପରିମାଣ ୧୦୬.୫୭ ଲକ୍ଷ କୋଟି ଟଙ୍କା ଥିଲା । ୨୦୨୪-୨୫ ସୁଦ୍ଧା ତାହା ତିନି ଗୁଣା ବୃଦ୍ଧି ପାଇ ୩୩୧.୦୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଭୂରାଜନେତିକ ସଙ୍କଟ, ବାଣିଜ୍ୟ ଲଢ଼େଇ, ନୀତିକୁ ନେଇ ଅନିଶ୍ଚିତତତା ଏବଂ ସୀମାପାର ନିବେଶରେ ହ୍ରାସ ଭଳି ବିଶ୍ୱରେ ଅନେକ ସମସ୍ୟା ଲାଗି ରହିଥିଲେ ମଧ୍ୟ ଭାରତ ଚମତ୍କାର ପ୍ରଦର୍ଶନ କରି ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ବୋଲି ଦର୍ଶାଇବାରେ ସଫଳ ହୋଇଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଖର୍ଚ୍ଚ ବୁଥିବା ସହ ଘରୋଇ ନିବେଶରେ ବୃଦ୍ଧି ଘଟୁଥିବାରୁ ଏହି ଉତ୍ସାହଜନକ ପ୍ରଦର୍ଶନ ଆଗାମୀ ଦିନରେ ମଧ୍ୟ ବଜାୟ ରହିବ ୨୦୨୪-୨୫ରେ ଦେଶର ଅଭିବୃଦ୍ଧି ୬.୫ ପ୍ରତିଶତ ଥିଲା । ୨୦୨୫- ୨୬ରେ ତାହା ୬.୩-୬.୮ ପ୍ରତିଶତ ହାରରେ ବଢ଼ିବ ବୋଲି ଆକଳନ କରାଯାଇଛି । ଗୋଟିଏ ପଟେ ଅର୍ଥନୀତି ବଡ଼ ହୋଇଥିବା ବେଳେ ଅନ୍ୟ ପଟେ ଦରଦାମ୍ କବଳରୁ ଉଭୟ ବ୍ୟବସାୟିକ ସଂସ୍ଥା ଓ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ମିଳିଛି । ଗତ ମେ\’ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭୫ ମାସର ସର୍ବନିମ୍ନ ସ୍ତର ୨.୮୨ ପ୍ରତିଶତକୁ ଖସିଆସିଛି । ସେହିପରି, ପାଇକାରୀ ମୁଦ୍ରାସ୍ଫୀତି ହାର ୧୪ ମାସର ନିମ୍ନସ୍ତର ୦.୩୯ ପ୍ରତିଶତକୁ ଖସିଛି । ପରିବାର ଉପରେ ସର୍ବାଧିକ ଚାପ ପକାଉଥିବା ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ କମ୍‌ ହୋଇଛି । ୨୦୨୧ ଅକ୍ଟୋବର ପରେ ଖାଦ୍ୟ ମୁଦ୍ରାସ୍ଫୀତି ସର୍ବନିମ୍ନ ରହିଛି । ଚଳିତ ବର୍ଷ ଫସଲ ଉତ୍ପାଦନ ଉତ୍ସାହଜନକ ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆକଳନ କରିଥିବାରୁ ଖାଦ୍ୟ ଦାମ୍ ଆଗାମୀ ଦିନରେ କମ୍ ରହିବା ଆଶା କରାଯାଉଛି

Leave A Reply

Your email address will not be published.