୧୪୦ ହେଲିକପ୍ଟର କିଣିବା ପ୍ରସ୍ତାବକୁ ମିଳିବ ମଞ୍ଜୁରୀ!

The proposal to buy 140 helicopters will be approved!

0 153

ନୂଆଦିଲ୍ଲୀ: ଭାରତୀୟ ସେନାର ଶକ୍ତି ବଢିବାକୁ ଯାଉଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ନଭେମ୍ବର ୩୦ରୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି)ର ବୈଠକ ହେବାକୁ ଯାଉଛି । ଏହି ବୈଠକରେ ସେନା ପାଇଁ ୧୪୦ ଆଟାକ୍‌ ହେଲିକପ୍ଟର କିଣିବା ନେଇ ମଞ୍ଜୁରୀ ମିଳିପାରେ । ଏଥିପାଇଁ ୪୫,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ସ୍ଥଳ ସେନାକୁ ୯୦ ଓ ବାୟୁ ସେନାକୁ ୫୫ ହେଲିକପ୍ଟର ମିଳିବ । ଏହି ହେଲିକପ୍ଟରକୁ ଏଚଏଏଲ୍‌ ସେନାର ଆବଶ୍ୟକତା ଅନୁସାରେ ନିର୍ମାଣ କରିଛି । ଏହି ଅତ୍ୟାଧୁନିକ ହେଲିକପ୍ଟର ମରୁଭୂମିରୁ ନେଇ ସିଆଚିନ୍‌ ଓ ପୂର୍ବ ଲଦାଖରେ କାମ କରିପାରିବ । ଏହି ହେଲିକପ୍ଟର ନାଁ ପ୍ରଚଣ୍ଡ ଓ ଏହା ଏକମାତ୍ର ଆଟାକ୍‌ ହେଲିକପ୍ଟର ଯିଏ ୧୬,୪୦୦ ଫୁଟ ଉପରେ ଓହ୍ଲାଇ ପାରିବ ଓ ଉଡ଼ି ପାରିବ । ଏହି ହେଲିକପ୍ଟର ୫୦ ଫୁଟରୁ ଅଧିକ ଲମ୍ବା ଓ ୧୫ ଫୁଟ ଉଚ୍ଚ ରହିଛି । ଏହି ହେଲିକପ୍ଟର ହତିଆର ଓ ମିଶାଇଲ ସହ ୫.୮ ଟନ୍‌ ଓଜନ ନେଇ ଉଡାଣ ଭରିପାରିବ । ଏହାର ଘଣ୍ଟାପ୍ରତ ବେଗ ୨୬୮ କିଲୋମିଟର ରହିଛି । ଏଥିରେ ଦୁଇ ଇଞ୍ଜିନ ଓ ଦୁଇ ପାଇଲଟ୍‌ ରହିଥାନ୍ତି । ପ୍ରଚଣ୍ଡ ହେଲିକପ୍ଟରେ ୨୦ ମିଲିମିଟରର କ୍ୟାଲିବର ଗନ୍‌ ଓ ୭୦ ମିଲିମିଟରର ରକେଟ୍‌ ରହିଛି । ଏଥିରେ ଆକାଶରୁ ଆକାଶ ଓ ଆକାଶରୁ ଭୂପୃଷ୍ଠକୁ ଟାର୍ଗେଟ୍‌ କରୁଥିବା ମିଶାଇଲ ରହିଛି । ଏହା ଶତ୍ରୁର ଟ୍ୟାଙ୍କ, ବଙ୍କର ଓ ଡ୍ରୋନକୁ ମଧ୍ୟ ନଷ୍ଟ କରିବା ଶକ୍ତି ରଖିଛି । ଏହି ହେଲିକପ୍ଟର ଆଗାମୀ ତିନି-ଚାରି ଦଶନ୍ଧି ମଧ୍ୟରେ ସୃଷ୍ଟି ହେବାକୁ ଥିବା ସବୁ ଆହ୍ୱାନର ମୁକାବିଲା କରିବାରେ ସକ୍ଷମ ଅଛି ।

Leave A Reply

Your email address will not be published.