୩୦ ଦିନ ଜେଲରେ ରହିଲେ ପଦ ହରାଇବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ!

The Prime Minister, Chief Minister and Minister will lose their positions if they remain in jail for 30 days!

0 26

ନୂଆଦିଲ୍ଲୀ, : ଯଦି କୌଣସି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ଗିରଫ ହେବା ପରେ ଲଗାତର ୩୦ ଦିନ ଜେଲରେ ରହିବେ, ତା\’ହେଲେ ସେମାନଙ୍କ ପଦ ଆପେଆପେ ଚାଲିଯିବ । ଗୁରୁତର ଅପରାଧିକ ଦଫାରେ ଯଦି କୌଣସି ଲୋକପ୍ରତିନିଧି ୩୦ ଦିନ ଜେଲରେ ରହୁଛନ୍ତି, ତା\’ହେଲେ ୩୧ତମ ଦିନରେ ସେ ପଦ ହରାଇବେ । ଏହା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଲାଗୁ ହେବ । ଏହା ସହ ଜଡ଼ିତ ବିଲ କେନ୍ଦ୍ର ସରକାର ଲୋକସଭାରେ ଆଗତ କରିଛନ୍ତି । ପ୍ରବଳ ହଟ୍ଟଗୋଳ ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୃହରେ କ୍ରିମିନାଲ ନେତା ବିଲକୁ ଉପସ୍ଥାପନ କରିଛନ୍ତି । କିନ୍ତୁ ଏହାକୁ ବିରୋଧୀ ଜୋରଦାର ବିରୋଧ କରୁଛନ୍ତି । ସେମାନେ ବୁଧବାର ଲୋକସଭା ଭିତରେ ବିଲର କପିକୁ ଚିରି ଫିଙ୍ଗି ଦେଇଛନ୍ତି । ଏହାକୁ ସେମାନେ ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି । ବିଲ ଆଇନରେ ପରିଣତ ହେଲେ ଜନପ୍ରତିନିଧିଙ୍କ ଗୁରୁତ୍ୱ ରହିବ ନାହିଁ ଓ ଦେଶ ପୋଲିସ୍ ଷ୍ଟେଟରେ ପରିଣତ ହେବ ବୋଲି ସେମାନେ କହିଛନ୍ତି । ଅମିତ ଶାହ ବୁଧବାର ଲୋକସଭାରେ କେନ୍ଦ୍ର ଶାସିତ ଅଞ୍ଚଳ (ସଂଶୋଧନ ବିଲ) ୨୦୨୫, ସମ୍ବିଧାନ (୧୩୦ତମ ସଂଶୋଧନ) ବିଲ ୨୦୨୫ ଓ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ ୨୦୨୫କୁ ଉପସ୍ଥାପନ କରିଛନ୍ତି । ଏହି ୩ ଗୁରୁତ୍ୱପୂର୍ଣ୍ଣ ବିଲଗୁଡ଼ିକର ବିଚାର ପାଇଁ ଏହାକୁ ସଂସଦୀୟ କମିଟିକୁ ପଠାଯିବ ବୋଲି ଜଣାପଡ଼ିଛି । ଏଯାଏ ସମ୍ବିଧାନର ବ୍ୟବସ୍ଥା
ଅନୁଯାୟୀ, ଦୋଷୀ ସାବ୍ୟସ୍ତ ହେଉଥିବା ଜନ ପ୍ରତିନିଧି ହିଁ ପଦ ହରାଇବାର ପ୍ରାବଧାନ ରହିଛି । ତେଣୁ ଏହା ଗୋଟିଏ ସାମ୍ବିଧାନିକ ସଂଶୋଧ ବିଲ । ସମ୍ବିଧାନକୁ ସଂଶୋଧନ କରି ଏପରି ପ୍ରାବଧାନକୁ ଯୋଡ଼ିବାକୁ ସରକାର ଚାହୁଁଛନ୍ତି । ଧାରା ୭୫, ୧୬୪ ଓ ୨୩୯ଏଏକୁ ସଂଶୋଧନ କରିବାକୁ ସରକାର ଚାହୁଁଛନ୍ତି । ପ୍ରସ୍ତାବିତ ଆଇନରେ କୁହାଯାଇଛି ଯେ ଯଦି ଜଣେ ପ୍ରଧାନମନ୍ତ୍ରୀ, ଯେକୌଣସି କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳର ମନ୍ତ୍ରୀ ଗିରଫ ହୋଇ ୩୦ ଦିନ ଜେଲରେ ରୁହନ୍ତି, ତା\’ହେଲେ ୩୧ତମ ଦିନ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ କିମ୍ବା ସେ ଆପେଆପେ ପଦ ହରାଇବେ । ବେଳେ ବିରୋଧୀଙ୍କ କହିବା କଥା ଯେ ଏପରି ସମ୍ବିଧାନ ସଂଶୋଧନ ବିଲ ଜରିଆରେ କେନ୍ଦ୍ର ସରକାର ବିରୋଧୀ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ରାଜନୀତିକ ଉଦ୍ଦେଶ୍ୟରେ ଗିରଫ କରି ଅସ୍ଥିର ସୃଷ୍ଟି
କରିବାକୁ ସୁଯୋଗ ପାଇବେ । ଇଡି ଓ ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସି ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ମନ୍ତ୍ରୀମାନଙ୍କୁ ଗିରଫ କରିବାର ଅଧିକାର ପାଇଛନ୍ତି । ହେଲେ ପ୍ରଧାନମନ୍ତ୍ରୀଙ୍କୁ କିଏ ଗିରଫ କରିବ ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ ସାଂସଦ ଅଭିଷେକ ମନୁସିଙ୍ଘଭୀ କହିଛନ୍ତି, ବିରୋଧୀଙ୍କୁ ଅସ୍ଥିର କରିବାର ସବୁଠାରୁ ସହଜ ଉପାୟ ହେଉଛି
ପକ୍ଷପାତିତାପୂର୍ଣ୍ଣ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ବିପକ୍ଷ ଦଳର ମୁଖ୍ୟମନ୍ତ୍ରୀମାନଙ୍କୁ ଗିରଫ କରିବା । ସେହିପରି ସେମାନଙ୍କୁ ନିର୍ବାଚନରେ ହରାଇ ନ ପାରିଲେ, ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଗିରଫ କରିବାରେ ଏହା ସହାୟକ ହେବ । ଗତ ବର୍ଷ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଅବକାରୀ ନୀତି ଦୁର୍ନୀତି ଅଭିଯୋଗରେ ୬ ମାସ ଜେଲରେ ରହିଥିଲେ । ଏହି ସମୟରେ ସେ ଜେଲରେ ରହି ସରକାର ଚାଳାଇଥିଲେ । ଜାମିନରେ ମୁକୁଳିବା ପରେ ସେ ପଦ ଛାଡ଼ି ଥିଲେ । ଯଦି ନୂଆ ବିଲ ଲାଗୁ ହୋଇଥାଆନ୍ତା, ତା\’ହେଲେ କେଜ୍ରିୱାଲ ଗିରଫ ହେବାର ୩୧ତମ ଦିନରେ ହିଁ ମୁଖ୍ୟମନ୍ତ୍ରୀ ପଦ ଆପେଆପେ ହରାଇ ଥାଆନ୍ତେ ।

Leave A Reply

Your email address will not be published.