ଚାକିରି କରାଇଦେବା ନାଁରେ ଠକେଇ : ନିଲମ୍ବିତ ହେଲେ ଗିରଫ ପ୍ରଧାନଶିକ୍ଷକ

Job scam: Suspended headmaster arrested

0 47

କଳାହାଣ୍ଡି, 2/8: ସିନାପାଲି ଅଞ୍ଚଳର ଜଣେ ଯୁବତୀ ଓ ୨ଜଣ ଯୁବକ ଚାକିରି କରାଇ ଦେବା ନାଁରେ ଠକାମିର ଶିକାର ହୋଇ ସିନାପାଲି ଥାନାର ଦ୍ୱାରସ୍ତ ହୋଇଥିଲେ । ଏହି ଘଟଣାରେ ସିନାପାଲି ପୋଲିସ ଲାଞ୍ଜିଗଡ ବ୍ଲକ ଡଙ୍ଗାଯୋର ସରକାରୀ ୟୁପି ସ୍କୁଲର ପ୍ରଧାନଶିକ୍ଷକ ଦିଲୀପ ମହାରଣାଙ୍କୁ ଗିରଫ କରିଥିଲା । ଘଟଣାଟି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ନେଇ ତଦନ୍ତ କରି ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଲାଞ୍ଜିଗଡ ବ୍ଲକ ଶିକ୍ଷାଧିକାରୀ ନିଲମ୍ବିତ କରିଥିବା ସୂଚନା ଦେଇଛନ୍ତି । ଅଭିଯୋଗ ଅନୁସାରେ, ସିନାପାଲି ଥାନା ସଦର ଗ୍ରାମର ପ୍ରବୀଣ ମେହେର ଓ ପ୍ରଭାତ ମେହେରଙ୍କୁ ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରି କରାଇଦେବେ ବୋଲି କହି ଲାଞ୍ଜିଗଡ ବ୍ଳକ ବନ୍ଧପାରି ପଞ୍ଚାୟତ ଡଙ୍ଗାଯୋର ସରକାରୀ ୟୁପି ସ୍କୁଲର ପ୍ରଧାନଶିକ୍ଷକ ତଥା କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଗନ୍ଧପାରି ଗ୍ରାମର ଦିଲୀପ ମହାରଣା ୬ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ । ଅଭିଯୁକ୍ତ ଶିକ୍ଷକ ଜଣକ ପ୍ରବୀଣଙ୍କଠାରୁ ୪ଲକ୍ଷ ଓ ପ୍ରଭାତଙ୍କଠାରୁ ୨ଲକ୍ଷ ୫୦ ହଜାର ଟଙ୍କା ଠକେଇ କରିଥିଲେ । କିନ୍ତୁ ଚାକିରୀ ନାଁରେ ଠକେଇର ଶିକାର ହୋଇଥିବା ଜଣାପଡ଼ିବା ପରେ ପ୍ରବୀଣ ଗତ ୨୩ ତାରିଖରେ ସିନାପାଲି ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ସିନାପାଲି ଆନାରେ ଏକ ମାମଲା ରୁଜୁ ହୋଇଥିଲା । ସିନାପାଲି ଆନାଧିକାରୀ ରଶ୍ମିତା ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏସଆଇ କେତନ ଧରୁଆଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଲାଞ୍ଜିଗଡ ବ୍ଳକ ସୀମାନ୍ତ ରାୟଗଡ଼ା ଜିଲ୍ଲା ଆମ୍ବାଦୋଳା ଗ୍ରାମରେ ଚଡ଼ଉ କରି ଅଭିଯୁକ୍ତ ପ୍ରଧାନଶିକ୍ଷକ ଶ୍ରୀ ମହାରଣାଙ୍କୁ ଗିରଫ କରି ଗତ ୨୭ ତାରିଖ ରବିବାର ତାଙ୍କୁ କୋର୍ଟଚାଲାଣ କରିଥିଲା । କିନ୍ତୁ ଏହାକୁ ନେଇ ବ୍ଳକ ଶିକ୍ଷା ବିଭାଗ ପାଖରେ କୌଣସି ଖବର ନଥିଲା । ୨୮ ତାରିଖରେ ଶିକ୍ଷକ କୋର୍ଟଚାଲାଣ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହାପରେ ଲାଞ୍ଜିଗଡ ବ୍ଲକ ଶିକ୍ଷା ବିଭାଗ ଜାଣିବା ପରେ ଘଟଣାର ତଦନ୍ତ କରି ଗତ ୨୯ ତାରିଖ ମଙ୍ଗଳବାର ପ୍ରଧାନଶିକ୍ଷକ ଶ୍ରୀ ମହାରଣାଙ୍କୁ ନିଲମ୍ବିତ କରିଥିବା ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.