ମୋ ଜୀବନରେ ଏତେ ଛକା ଦେଖିନି

0 101

ମୁମ୍ବାଇ,: ଅଭିଷେକ ଶର୍ମା । କ୍ରିକେଟରେ ଏବେ ଏହି ନାମକୁ ନେଇ ଚର୍ଚ୍ଚା । ଯେଉଁ  ମୈଦାନରେ ଗାଭାସ୍କର, ସଚିନ,
କୋହଲି,ରୋହିତଙ୍କ ପ୍ରଦର୍ଶନକୁ ନେଇ ନାରା ଦିଆଯାଉଥିଲା ସେଠି ଏବେ ନୂଆ ନାମ । ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜକୁ କବଜା କରି ନେଇଛି ଭାରତ । ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ୪-୧ରେ ସିରିଜ ଜିତିଛି ଟିମ୍ । ରବିବାର ପଞ୍ଚମ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯାଇଥିଲା । ଏଥିରେ ଯୁବ ଖେଳାଳି ଅଭିଷେକ ଶର୍ମା ବିସ୍ଫୋରକ ଶତକ ହାସଲ
କରିଥିଲେ । ଯାହାକୁ ନେଇ ଇଂଲଣ୍ଡର ପୂର୍ବତନ କ୍ରିକେଟ ଅଲାଷ୍ଟାର କୁକ୍ ମଧ୍ୟ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ଅନ୍ତିମ ଟି-ଟ୍ୱେଣ୍ଟିରେ ଅଭିଷେକ ଶର୍ମା ଦମଦାର ବ୍ୟାଟିଂ କରିଥିଲେ । ମାତ୍ର ୩୪ଟି ବଲରେ ଶତକ ହାସଲ କରିଥିଲ । ଯାହା ତାଙ୍କୁ ଦ୍ୱିତୀୟ ଦ୍ରୁତତମ ଭାରତୀୟ ଖେଳାଳି କରିଛି । ମୋଟ ୫୪ଟି ବଲ ଖେଳି ସେ ୧୩୫ ରନ କରିଥିଲେ
ଯେଉଁଥିରେ ୧୩ଟି ଛକା ଓ ୭ଟି ଚୌକା ରହିଛି । ଅଭିଷେକଙ୍କର ଏହି ବ୍ୟାଟିଂ ଇଂଲଣ୍ଡର ପୂର୍ବତନ ଖେଳାଳି ଅଲାଷ୍ଟାର କୁକଙ୍କ ହୋସ୍ ଉଡାଇ ଦେଇଛି । ସେ କହିଛନ୍ତି, ଅଭିଷେକଙ୍କର ଏହି ଦମଦାର ପାଳି ସବୁବେଳେ ମନେ ରହିବ । ସେ ଯେଉଁଭଳି ଛକା ବର୍ଷା କଲେ ତାହା ମୁଁ କ୍ୟାରିୟରରେ କେବେ ଦେଖିନାହିଁ । ୨ ଘଣ୍ଟାରେ ଅଭିଷେକ ମୋ
କ୍ୟାରିୟରଠୁ ଅଧିକ ଛକା ମାରି ଦେଲେ । ୭ରୁ ୮ମାସ ହେବ ଡେବୁ୍ୟ କରିଥିବା ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ
ଇଲଂଣ୍ଡର ପୂର୍ବତନ କ୍ରିକେଟରଙ୍କ ହୋସ୍ ଉଡାଇ ଦେଇଛି । ଅଭିଷେକ ଛକା ଦେଖି ଏକ ଶୋରେ କୁକ କହିଥିଲେ ୨ ଘଣ୍ଟାରେ ଅଭିଷେକ ଯେଉଁଭଳି ଚକା ମାରିଲେ ମୁଁ ମୋର ଜୀବନରେ କ୍ରିକେଟ କ୍ୟାରିୟରରେ ଏମିତି ମାରିନାହିଁ । ୩୭ବଲରୁ ଅଭିଷେକଙ୍କ ଶତକ ତାଙ୍କୁ ଦ୍ୱିତୀୟ ଦ୍ରୁତତମ ଭାରତୀୟ ଖେଳାଳି କରିଛି । ରୋହିତ ଶର୍ମାଙ୍କ ପରେ ଅଭିଷେକ ଟିଟ୍ୱେଣ୍ଟି ଅନ୍ତର୍ଜାତୀୟରେ ଦ୍ରୁତତମ ଶତକ ହାସଲ କରିଛନ୍ତି । ରୋହିତ ଶର୍ମା ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ
ଇନେ୍ଦାରରେ ୩୫ ବଲରେ ଶତକ ହାସଲ କରିଥିଲେ । ଏହି ରେକର୍ଡ ସହ ଅଭିଷେକ ଅନ୍ତର୍ଜାତୀୟ ଟିଟ୍ୱେଣ୍ଟିରେ
ଦ୍ରୁତତମ ଶତକ ହାସଲ କରିବାରେ ଅଷ୍ଟମ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.