ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କୃଷକ ଏକତା ସମାବେଶ ଅନୁଷ୍ଠିତ


ମ. ରାମପୁର:   ନବ ନିର୍ମାଣ କୃଷକ ସଙ୍ଗଠନ ଓଡ଼ିଶା ର ଆହ୍ଵାନ କ୍ରମେ  କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ୍ ର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବମକ ଠାରେ ଏକ କୃଷକ ଏକତା ସମାବେଶ ଅନୁଷ୍ଠିତ ହୋଇଯାଇଅଛି। କରୋନା କଟକଣା ର ସମସ୍ତ ନିୟମ କୁ ମାନି ସଭା ଟିକୁ ଆରମ୍ଭ କରଯାଇଥିଲା। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ମାନଙ୍କୁ ଉଚିତ୍  ପ୍ରାୟିସ୍, ପ୍ରେଷ୍ଟିଜ୍, ଓ ପେନସନ ଦାବିରେ ନିସ୍ୱାର୍ଥ ପର ଭାବରେ ଚାଷୀ ଭାଇଙ୍କ ପାଇଁ ଏଇ ସଙ୍ଗଠନ ପ୍ରାୟାସ ଜାରି ରଖିଛି। ସରକାର୍ ଙ୍କ  କୃଷକ ମାରଣା ନୀତି ଓ ମିଲର୍ସ ଓ କିଛି ଅସାଧୁ କର୍ମଚାରୀ , ଆଜେଣ୍ଟ, ବେପାରୀ ମାନେ ମିଶି  ଚାଷୀ ଙ୍କୁ ନିଜର ହକ ପାଇବାରୁ ବଞ୍ଚିତ କରୁଥିବାରୁ ଖୁବ୍ ବର୍ଷି ଥିଲେ। ନବ ନିର୍ମାଣ କୃଷକ ସଙ୍ଗଠନ ର ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ଶେଷଦେବ ନନ୍ଦ l କୃଷକ ମାନେ ହେଉଛନ୍ତି ଅନ୍ନଦାତା ମୁଣ୍ଡ ଝାଲ ତୁଣ୍ଡେ ମାରି ଚାଷ କରିଥିବା  କୃଷି ଜାତ ଦ୍ରବ୍ୟ କୁ ଓଡ଼ିଶା ର ଚାଷୀ ଭାଇ  ବିକ୍ରି କରିବା ସମୟରେ ବିଭିନ୍ନ ପ୍ରକାର ର ଅସୁବିଧା ତଥା ଶୋଷଣ ର ଶିକାର ହେଉଥିବା ଜାଣି କ୍ଷୋଭ ପ୍ରକାଶ କରିଥିଲେ ନବ ନିର୍ମାଣ କୃଷକ ସଙ୍ଗଠନ ର ରାଜ୍ୟ କମିଟି ସଦସ୍ୟ  ଶ୍ରୀଯୁକ୍ତ ଶୁଭେନ୍ଦୁ ଶେଖର ମଲ୍ଲିକ। ସେ କହିଥିଲେ ଯେ ପ୍ରଯ୍ୟନ୍ତ ଚାଷୀଙ୍କ ଦାବି ପୁରଣ ନ ହେଇଛି ସେ ପ୍ରଯ୍ୟନ୍ତ ଆମର ସଂଗ୍ରାମ ଜାରି ରହିବ । ସଭା ର ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଧନେଶ୍ଵର ମାଝୀ( ପୂର୍ବତନ ବିଧାୟକ ନର୍ଲା), ସମ୍ମାନିତ ଅତିଥିଭାବେ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂହଦେଓ ( ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ), ସମାଜସେବୀ ମନୋଜ୍ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଶାନ୍ତ ସାମନ୍ତରା (ଉପଦେଷ୍ଟା ), ନାରୀନେତ୍ରୀ ପଙ୍କଜିନି ନାଏକ୍, ପୂର୍ବତନ ସରପଂଚ ଶ୍ରୀମତୀ ସନ୍ତୋଷିନି  ସାହୁ ବମକ ଗ୍ରାପ , ସମିତି ସଭ୍ୟ ତ୍ରିଲୋଚନ ବଗର୍ତ୍ତି, ଖୁସି ରାମ ସାହୁ,  ବୁଦ୍ଧିରାମ ସାହୁ, ୱେବ୍ ମିଡ଼ିଆ ସଂଘ ର ସଭାପତି ଶ୍ରୀଯୁକ୍ତ ଡୋଳାମଣୀ ସାହୁ, ସଭା ର ଆୟୋଜକ ୱେବ୍ ମିଡିଆ ସଂଘ ନର୍ଲା ର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିବା ବେଳେ । ଏ ଅଞ୍ଚଳ ର ଚାଷୀ ଭାଇ ମାନେ ମଧ୍ୟ ସଭା ଟିକୁ ସାଫଲ୍ୟ କରିବାରେ ସହଯୋଗ କରିଥିଲେ। ପରିଶେଷରେ ଆଇନଜୀବି ତଥା ସମାଜସେବୀ ସତ୍ୟ ନାରାୟଣ ସାହୁ ମଞ୍ଚ ପରିଚାଳନା କରିବା ସହ  ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ।

Comments (0)
Add Comment