ମାର୍ଲବା ଘାଟିରେ ପେଟ୍ରୋଲ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ

ଗଜପତି : ଗଜପତି ଜିଲ୍ଲା ରାୟଗଡ ଥାନା ଅଧିନ ମାର୍ଲବା ଘାଟିରେ ମଙ୍ଗଳବାର ଏକ ପେଟ୍ରୋଲ ବୋଝେଇ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି l ଉକ୍ତ ଗାଡ଼ି ଡ୍ରାଇଭର ଆହାତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ରାୟଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଥିବା ଜଣାପଡିଛି l ସୂଚନା ଅନୁସାରେ, ଖୋର୍ଦ୍ଧା ଠାରୁ ଓଡି ୦୫ ଜେଡ୍ ୩୮୮୧ ନମ୍ବର ବିଶିଷ୍ଟ ଏକ ଟ୍ୟାଙ୍କର ଗାଡିଟି ପେଟ୍ରୋଲ ନେଇ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ବେଳେ ଆଜି ସକାଳ ପ୍ରାୟ ୮:୩୦ ମିନିଟ୍ ସମୟରେ ରେ ମାର୍ଲବା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା | ଏଥିରେ ଗାଡି ଚାଳକ ଶିଶିର ରାଉତ ସାମାନ୍ୟ ଆହତ ହୋଇ ଥିଲେ | ଦୁର୍ଘଟଣା ଘଟିବାର ଖବର ପାଇ ରାୟଗଡ ଥାନା ଅଧିକାରୀ ଗୋବିନ୍ଦ ଗଉଡ଼ ସଦଳବଳେ ପହଂଚିଥିଲେ I ଏହାସହିତ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିରୁ ପେଟ୍ରୋଲ ନିର୍ଗତ ହେଉଥିବାରୁ କୌଣସି ଅଗ୍ନିସଂଯୋଗ ଦୁର୍ଘଟଣା ଆଶଙ୍କା କୁ ନେଇ ଦିନ ତମାମ ଗାଡି ନିକଟରେ ଜଗିରହି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ

Comments (0)
Add Comment