ମଇରେ ଶୀର୍ଷ ଛୁଇଁପାରେ କରୋନା !

62

ଭୁବନେଶ୍ୱର : କରୋନା ଦ୍ୱିତୀୟ ଲହରର ଡେଞ୍ଜର ଜୋନ୍ରେ ଭୁବନେଶ୍ୱର ଶୀର୍ଷ ବା ପିକ୍ ଆସନ୍ତା ମେ ମାସରେ ହୋଇପାରେ ବୋଲି କହିଛନ୍ତି ବିଶେଷଜ୍ଞ । ବିଭିନ୍ନ ମେଡେଲକୁ ଅନୁଧ୍ୟାନ କରି ଏପରି ପୂର୍ବାନୁମାନ କରିଛନ୍ତି ବିଶେଷଜ୍ଞ । ଅନ୍ୟପଟେ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଜରୁରୀ ନ ଥିଲେ ମେଡିକାଲରେ ଭିଡ ନ କରିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି ।

ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କହିଛନ୍ତି ଜରୁରୀ ନଥିଲେ ଅସ୍ତ୍ରୋପଚାର କରାଯିବ ନାହିଁ । ଶୀଘ୍ର ଡାକ୍ତରଖାନା ପାଇଁ ଏକ ଗାଇଡ୍ଲାଇନ୍ ଜାରି କରାଯିବ । ମଇ ମାସରେ ଶୀର୍ଷ ଛୁଇଁପାରେ କରୋନାର ଦ୍ୱିତୀୟ ଲହର । ସତର୍କ ରହିବାକୁ ପରାମର୍ଶ ଦେଲେ ବିଶେଷଜ୍ଞ । ୨୪ ଘଣ୍ଟାରେ ରାଜ୍ୟରେ ୧୭ଶହ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୨୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୦୪ ଜଣ ଚିହ୍ନଟ ହୋଇଛନ୍ତି ।

ଗୋଟିଏ ଦିନରେ ରାଜ୍ୟରେ କରୋନାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ବଢ଼ିବାରେ ଲାଗିଛି କେବେ କରୋନାର ଦ୍ୱିତୀୟ ଲହର ଶୀର୍ଷକୁ ପହଞ୍ôଚବ, ଏ ନେଇ ସଠିକ୍ ଆକଳନ କରାଯାଇ ପାରୁନାହିଁ । ତେବେ ମଇ ମାସରେ ଶୀର୍ଷ ଛୁଇଁପାରେ ବୋଲି ଅନୁମାନ କରାଯାଉଛି । ଏଭଳି ସ୍ଥିତିରେ ହସ୍ପିଟାଲରେ ଭିଡ଼ ନ କରିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ନିହାତି ଜରୁରୀ ନ ଥିଲେ ହସ୍ପିଟାଲ ନ ଆସିବାକୁ ଅପିଲ କରିଛି ସ୍ୱାସ୍ଥ୍ୟ ବିଭାଗ । ସଂକ୍ରମଣ ବଢୁଥିବାରୁ ମେଡିକାଲ ଭଳି ସ୍ଥାନରେ ଗହଳି କରି ଘରକୁ ସଂକ୍ରମଣ ନେଇ ଯାଆନ୍ତୁ ନାହିଁ ବୋଲି ପରାମର୍ଶ ଦିଆଯାଇଛି ।

ଅତି ଆବଶ୍ୟକ ନଥିଲେ ଅସ୍ତ୍ରୋପଚାର ଆଦି ସେବା ନଦେବାକୁ ହସ୍ପିଟାଲକୁ କୁହାଯାଇଛି । ଓପିଡି ଆସୁଥିବା ରୋଗୀଙ୍କୁ ବାରମ୍ବାର ନ ଡାକିବା ପାଇଁ ଡାକ୍ତରମାନଙ୍କୁ କୁହାଯାଇଛି । ଟେଲି ମେଡିସିନ୍ ଜରିଆରେ ପରାମର୍ଶ ନେବାକୁ ଲୋକଙ୍କୁ ଅପିଲ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସେପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ମେଡିକାଲ୍ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ରତି ଜିଲ୍ଲାରେ କଲ୍ ସେଣ୍ଟର ଖୋଲାଯାଇଛି । ଅକ୍ସିଜେନ୍, ଭେଣ୍ଟିଲେଟର, ଔଷଧର ଆବଶ୍ୟକତା ନେଇ ତର୍ଜମା ଚାଲିଛି ।

ସେହିପରି ମାଡିଚାଲିଛି କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ । କ୍ରମଶଃ ରାଜ୍ୟରେ ଜଟିଳ ହେବାରେ ଲାଗିଛି କରୋନାଜନିତ ପରିସ୍ଥିତି । ଅଧିକରୁ ଅଧିକ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି ଏହି ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ନୂଆ ୧୭୮୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆପଡା ଜିଲାରୁ ସର୍ବାଧିକ ୩୦୩ ଏବଂ ସୁନ୍ଦରଗଡରୁ ୨୪୨ ଜଣ କରୋନା ସଂକ୍ରମିତଙ୍କୁ ଏହି ସମୟରେ ଚିହ୍ନଟ କରାଯାଇଛି । ଏହି ସମୟରେ କରୋନା ସଂକ୍ରମିତ ହୋଇ ଦୁଇଜଣଙ୍କର ପ୍ରାଣହାନି ଘଟିଛି । ରାଜ୍ୟରେ ମୋଟ ୩,୪୦,୬୦୦ ଜଣ ସୁସ୍ଥ ହୋଇଥିବାେଳେ ୬୦୦ ସକ୍ରିୟ ସଂକ୍ରମଣ ସଂଖ୍ୟା ୧୦,୫୦୩ ରହିଛି ।

ଡେଞ୍ଜର ଜୋନ୍ରେ ଭୁବନେଶ୍ୱର:

ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ଅଞ୍ଚଳରୁ ୧୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୪୫ ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୧୪୬ ଲୋକାଲ କେସ୍ । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ବିଏମ୍ସି ଅଞ୍ଚଳରୁ ୧୯୧ ଜଣ ଅଛନ୍ତି । ୧୯୧ ଆକ୍ରାନ୍ତଙ୍କ ଭିତରୁ ୧୪୬ ଲୋକାଲ୍ କେସ୍ ।

ସେମାନଙ୍କ ଭିତରୁ ଆ·ର୍ଯ୍ୟବିହାର, ଆଇଗିଣିଆ, ଅଶୋକନଗର, ବରମୁଣ୍ଡା,ଭିମଟାଙ୍ଗୀ, ବୁଦ୍ଧନଗର, ଚକେଇଶିଆଣୀ, ଭୋଇନଗର, ବମିଖାଲ, ଜୟଦେବ ବିହାର, ଜଗମୋହନ ନଗର, ପିଳପ୍ରସାଦ,ୟୁନିଟ୍-୮, ଲକ୍ଷ୍ମୀସାଗର, କଳିଙ୍ଗ ବିହାର, ଡମଣା, ଚିନ୍ତାମଣିଶ୍ୱର, ଗେରେଜ ଛକ, ସହିଦନଗର, ପାତ୍ରପଡ଼ା, ୟୁନିଟ୍-୬ ଓ ପ୍ରେସଛକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି ଜାଗମରାରୁ ୨, ସତ୍ୟବିହାରରୁ ୨, ଶୈଳଶ୍ରୀ ବିହାରରୁ ୪,ୟୁନିଟ୍-୩ରୁ ୭, ରସୁଲଗଡ଼ରୁ ୮, ସୁନ୍ଦରପଦାରୁ ୮, ଶ୍ୟାମପୁରରୁ ୨, ଖଣ୍ଡଗିରିରୁ ୧୪, ୟୁନିଟ୍-୯ରୁ ୩, ପଟିଆରୁ ୧୩,ଚନ୍ଦ୍ରଶେଖରପୁରରୁ ୪, ପୋଖରୀପୁଟରୁ ୩, ମଞ୍ଚେଶ୍ୱରରୁ ୩, ନୟାପଲ୍ଲୀରୁ ୬, ନୀଳାଦ୍ରିବିହାରରୁ ୩, ପାହାଳରୁ ୩,କଳିଙ୍ଗନଗରରୁ ୨,ଆଇଆରସି ଭିଲେଜରୁ ୨, ଗଜପତି ନଗରରୁ ୪, ଡୁମୁଡୁମାରୁ ୩, ହଂସାପାଳରୁ ୨, ବିଜେବି ନଗରରୁ ୩, ବଡ଼ଗଡ଼ରୁ ୫,ଭିମଟାଙ୍ଗୀରୁ ୪, ଝାରପଡ଼ାରୁ ୫ ଓ ଓଲଡ୍ ଟାଉନ୍ରୁ ୯ଜଣ ଲେଖାଏଁ ଲୋକାଲ୍ କେସ୍ ଚିହ୍ନ ହୋଇଥିବା ବିଏମ୍ସି ଟ୍ୱିଟ୍ରୁ ଜଣାପଡ଼ିଛି ।

Comments are closed.