ଋଷ ବିମାନ ଦୁର୍ଘଟଣାଗ୍ରସ୍ତ; ୭୪ ମୃତ

0 89

ମସ୍କୋ: ଆଫ୍‌ଗାନିସ୍ତାନ ପରେ ଏବେ ଋଷର ଏକ ବିମାନ କ୍ରାସ ହୋଇଥିବା ସୂଚନା ମିଳିଛି। ଋଷୀୟ ମିଲିଟାରୀ ଟ୍ରାନ୍ସପୋର୍ଟ ବିମାନ ଇଲୁଶିନ ଆଇଆଇ-୭୬ ବିମାନ
ବୁଧବାର କ୍ରାସ ହୋଇଥିବା ସୂଚନା ମିଳିଛି। ଏନେଇ ଋଷ ଖବର ସରବରାହ ଏଜେନ୍ସି ଆଆର୍ଇଏ ଏହି ସୂଚନା ଦେଇଛି। ଏହି ବିମାନରେ ୟୁକ୍ରେନ୍‌ କଏଦୀ ଥିଲେ। ଯୁଦ୍ଧ ସର୍ତ୍ତ ମୁତାବକ କଏଦୀ ବଦଳ ପାଇଁ ଏମାନଙ୍କୁ ନିଆଯାଉଥିବା ଦୁର୍ଘଟଣା ହୋଇଛି। ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ମିଳିଥିବା ଖବର ଅନୁସାରେ, ଆରଆଇଏ ରିପୋର୍ଟ ପ୍ରକାଶ କରି ଲେଖିଛି ଯେ କ୍ରାସ୍‌ ହୋଇଥିବା ବିମାନରେ ୬୫ ଜଣ ୟୁକ୍ରେନ୍‌ ଯୁଦ୍ଧ କଏଦୀ ଥିଲେ।। ଏହା ବାଦ୍‌ ବିମାନରେ ୬ ପରିଚାଳନା ସଦସ୍ୟ ଓ ଅନ୍ୟ ୩ ବ୍ୟକ୍ତି ରହିଥିଲେ। ଘଟଣାକୁ ନେଇ ଋଷ ୟୁକ୍ରେନ୍‌ ଉପରେ ଦୋଷ ଲଦିଛି। ୟୁକ୍ରେନ୍‌ ହିଁ ବିମାନକୁ ମିଶାଇଲ୍‌ ମାଡ଼ କରି ଖସାଇଛି ବୋଲି ଋଷ ସାଂସଦ ବ୍ୟାଚେସ୍ଲାଭ ଭୋଲୋଡିନ କହିଛନ୍ତି। ବିମାନରେ ବସିଥିବା ସମସ୍ତଙ୍କର ମୃତ୍ୟୁ ହୋଇଛି ବୋଲି ବ୍ୟାଚେସ୍ଲାଭ ସୋସିଆଲ୍‌ ମିଡିଆ ପୋଷ୍ଟରେ କହିଛନ୍ତି। ଘଟଣାକୁ ନେଇ ୟୁକ୍ରେନ୍‌ର ପ୍ରତିକ୍ରିୟା ମିଳିପାରିନାହିଁ । ଅନ୍ୟପଟେ ଋଷ ପ୍ରତିରକ୍ଷା ବିଭାଗ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛି।

 

Leave A Reply

Your email address will not be published.